ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି, ୭ରୁ ୧୧ ବର୍ଷ ଶିଶୁଙ୍କ କ୍ଷେତ୍ରରେ ହେବ ଟ୍ରାଏଲ

ନୂଆଦିଲ୍ଲୀ(କେନ୍ଯୁଜ୍): ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି । କୋଭୋଭାକ୍ସ ଟିକାର ଟ୍ରାଏଲ ପାଇଁ ଭାରତରେ ସିରମ ଇନିଷ୍ଟିଚ୍ୟୁଟ୍‌କୁ ଏହି ଅନୁମତି ମିଳିଛି । ୭ରୁ ୧୧ ବର୍ଷ ଶିଶୁଙ୍କ କ୍ଷେତ୍ରରେ ଟ୍ରାଏଲ ପାଇଁ ଭାରତରେ ଏହା ତୃତୀୟ ଟିକା ।

ପୂର୍ବରୁ ଭାରତ ବାୟୋଟେକ୍‌ର କୋଭାକ୍ସିନ ଓ ଜାଇଡସ କାଡିଲାର ଜିକୋଭ୍‌-ଡିକୁ ଅନୁମତି ମିଳିଥିଲା । ସିରମ ଇନିଷ୍ଟିଚ୍ୟୁଟ୍‌କୁ କୋଭୋଭାକ୍ସର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି । ୭ବର୍ଷରୁ ୧୧ ବର୍ଷ ପିଲାଙ୍କ କ୍ଷେତ୍ରରେ ଏହି ଟ୍ରାଏଲ କରାଯିବ । ଆମେରିକୀୟ କମ୍ପାନୀ ନୋଭାଭକ୍ସର ଭାରତୀୟ ଭର୍ସନ ହେବ କୋଭୋଭାକ୍ସ । ଏହା ପୂର୍ବରୁ ଜୁଲାଇ ମାସରେ ୧୨ରୁ ୧୭ ବର୍ଷ ବୟସ୍କଙ୍କ ପାଇଁ କ୍ଲିନିକାଲ ଟ୍ରାଏଲର ଅନୁମତି ପାଇଥିଲା ସିରମ୍‌ ଇନିଷ୍ଟିଚ୍ୟୁଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.