ଫେସ ମାସ୍କ ମୁଁହରେ ନୁହେଁ ବରଂ ନିଜ ପ୍ରାଇଭେଟ ପାର୍ଟରେ ଲଗାଇ ସାରା ସହର ଉଲଗ୍ନ ହୋଇ ବୁଲିଲେ ବ୍ୟକ୍ତି, ଭାଇରଲ ହେଉଛି ଫଟୋ

ଶୁକ୍ରବାର ସନ୍ଧ୍ୟାରେ ସେଣ୍ଟ୍ରାଲ ଲଣ୍ଡନର ଅତି ଲୋକପ୍ରିୟ ସପିଂ ଷ୍ଟ୍ରିଟରେ ଜଣେ ବ୍ୟକ୍ତି ବିନା କୌଣସି ଉଦ୍ଦେଶ୍ୟରେ ପ୍ରାୟ ଉଲଗ୍ନ ଅବସ୍ଥାରେ ଚାଲୁଥିବାର ଦେଖାଯାଇଥିଲା । ଏହି ବ୍ୟକ୍ତି ଜଣକ ନିଜର ଉଲଗ୍ନତାକୁ ଲୁଚାଇବା ନାମରେ କେବଳ ନିଜର ପ୍ରାଇଭେଟ ପାର୍ଟକୁ ଏକ ମାସ୍କ ଦ୍ୱାରା ଢାଙ୍କିଥିଲେ । ତେବେ ତାଙ୍କୁ ଦେଖି ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ବ୍ୟକ୍ତି ଜଣକ ଅସନ୍ତୁଷ୍ଟ ଚେହେରା ସହିତ ଅକ୍ସଫୋର୍ଡ ଷ୍ଟ୍ରିଟରେ ଦୀର୍ଘ ସମୟ ଧରି ଏଣେତେଣେ ବୁଲୁଥିଲେ । ସେ ତାଙ୍କପ୍ରାଇଭେଟ ପାର୍ଟରେ କେବଳ ଏକ ନୀଳ ରଙ୍ଗର ଫେସ ମାସ୍କ ପିନ୍ଧିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କର ଫଟୋ ଉଠାଉଥିବା ବେଳେ କିଛି ଲୋକବାସ ତାଙ୍କୁ ଦେଖୁଥିଲେ । ତେବେ ସେହି ବ୍ୟକ୍ତି ଜଣକ କାହିଁକି ଏପରି ଅବସ୍ଥାରେ ଏଣେତେଣେ ବୁଲୁଥିଲେ ତାର କୌଣସି ସୂଚନା ମିଳିଲା ନାହିଁ । ଯଦିଓ ସେଠାରେ ଶୁକ୍ରବାର ଠାରୁ ମାସ୍କ ସହିତ ଦୋକାନଗୁଡ଼ିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ।


କରୋନା ଜୀବାଣୁ ସଂକ୍ରମଣ କମିବାର ନାମ ନେଉନାହିଁ ବରଂ ସଂକ୍ରମଣ ଭିନ୍ନ ଭିନ୍ନ ଉପାୟରେ ବଢିଚାଲିଛି । ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଜୀବାଣୁ କାନଦ୍ୱାରା ମଧ୍ୟ କ୍ଷତି ପହଞ୍ଚାଇପାରେ । କରୋନା କେବଳ ନାକ, ଗଳା ଏବଂ ଫୁସଫୁସକୁ ନୁହେଁ, କାନକୁ ମଧ୍ୟ ସଂକ୍ରମିତ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.