କୁକୁର ଓ ଅଜଗର ଭିତରେ ଲଢେଇର ଦୃଶ୍ୟ ହେଲା ସିସିଟିଭିରେ ରେକର୍ଡ, ଦେଖନ୍ତୁ କେମିତି ବଞ୍ଚାଇଲେ ନିଜ ମାଲିକଙ୍କ ଜୀବନ

ବିହାର : ମାଲିକକୁ ଖାଦ୍ୟର ମୂଲ୍ୟ ଦେଲେ ପୋଷା କୁକୁର । ନିଜେ ମରି ବଞ୍ଚାଇଲା ମାଲିକର ଜୀବନ । ସେଥିପାଇଁ ତ ଦୁନିଆର ସବୁଠାରୁ ବିଶ୍ବସ୍ତ ପଶୁ କୁକୁରର ହିଁ କୁହାଯାଏ । ଆଜିକାଲି ସମ୍ପର୍କର ମୂଲ୍ୟ ବୁଝିବା ମଣିଷ ପାଇଁ କଷ୍ଟକର ହୋଇଯାଇଥିବାବେଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି କୁକୁରମାନେ ଏହି ମଣିଷ ସମାଜକୁ ସମ୍ପର୍କର ପ୍ରକୃତ ଅର୍ଥ ବୁଝାଇ ଦେଇଛନ୍ତି ।

ବିହାରର ଭାଗଲପୁରର ସାହେବଗଞ୍ଜ ସାହିରେ ଜଣଙ୍କ ଘରେ ଏକ ଅଜଗର ସାପ ପଶୁଥିବାର ଦେଖି ସେହି ଘରେ ଥିବା ଚାରୋଟି ପୋଷା କୁକୁର ସାପଟିକୁ ଘେରିଯାଇଥିଲେ । କିଛି ସମୟରେ ଏହି ବିଷଧର ସାପଟିକୁ ମାରି ଛିନ୍ ଭିନ୍ କରିଦେଇଥିଲେ । କିନ୍ତୁ ଦୁଃଖର କଥା ସାପଟି ସହିତ ଲଢିବା ପରେ ଏହି ୪ଟି କୁକୁର ମଧ୍ୟ ମରିଯାଇଥିଲେ । ଏହି ପୁରା ଘଟଣା ଘର ବାହାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପାଖାପାଖି ୩ମିନିଟରୁ ଅଧିକ ଏହି ଫୁଟେଜରେ ପରିଷ୍କାର ଭାବେ ନଜର ଆସୁଛି କି କିପରି ବିଷଧର ଅଜଗର ବାରମ୍ବାର କୁକୁରଙ୍କ ଉପରେ ଆକ୍ରମଣ କରୁଛି । କିନ୍ତୁ କୁକୁରମାନେ ସାହସର ସହିତ ପଛଘୁଞ୍ଚା ଦେଉନାହାନ୍ତି ।

ସୂଚନା ମୁତାବକ ୧୬ ମାର୍ଚ୍ଚ ରାତିରେ ଡଃ ପୁନମ ମୋସେସଙ୍କ ଘର ବାହାରେ ତାଙ୍କର ୪ଟି ପୋଷା କୁକୁର ଥିଲେ । ଏହି ସମୟରେ ହଠାତ୍ କେଉଁଠାରୁ ଏକ ଅଜଗର ସାପ ଘର ଆଡୁକୁ ପଶିଆସିଥିଲା । ଯେତେବେଳେ ସାପଟି ଘର ଆଡୁକୁ ମୁହାଁଇଲା ସେତେବେଳେ ଘର ବାହାରେ ଥିବା ପୋଷା କୁକୁରମାନେ ଭୋକିବାକୁ ଆରମ୍ଭ କଲେ ଏବଂ ସାପ ଉପରକୁ ଆକ୍ରମଣ କରିଥିଲେ ।

ତେବେ ଭାଇରାଲ ହେଉଥିବା ଏହି ଫୁଟେଜରେ ଦେଖିବାକୁ ମିଳୁଛି କି ସାପ ଲଗାତାର ଭାବେ କୁକୁରମାନଙ୍କ ଉପରକୁ ଦଂଶନ କରୁଛି । ଏଠାରେ ୪ଟି ପୋଷା କୁକରଙ୍କ ବ୍ୟତିତ ସାହିର ଆଉ ଗୋଟେ କୁକୁର ମଧ୍ୟ ସାମିଲ ଥିଲା । ଏହି ପାଞ୍ଚଟି କୁକୁର ମିଶି ସାପ ଉପରେ ଆକ୍ରମଣ କରିବାକୁ ଲାଗିଥିଲେ ଏବଂ ପ୍ରତିଉତ୍ତରରେ ଲଗାତାର ଭାବେ ସାପଟି ସେମାନଙ୍କୁ ଦଂଶିବାରେ ଲାଗିଥିଲା । ତେବେ ନିଜର ପଞ୍ଝା ଏବଂ ଦାନ୍ତ ସାହାର୍ଯ୍ୟରେ କୁକୁର ମାନେ ସାପଟିକୁ ଆହତ କରିଦେଇଥିଲେ ।

ତେବେ କୁକୁରମାନଙ୍କର ଲଗାତାର ଭୋକିବାର ଶବ୍ଦ ଶୁଣି ଘର ଭିତରେ ଶୋଇଥିବା ଲୋକେ ଉଠିପଡିଥିଲେ ଏବଂ ବାହାରକୁ ଆସି ଦେଖିବା ବେଳେକୁ ସାପଟି ଅଧାମରା ଅବସ୍ଥାରେ ପଡିରହିଛି । ଏହାପରେ ସେମାନେ ଲାଠି ସାହାର୍ଯ୍ୟରେ ସାପଟିକୁ ପ୍ରହାର କରିବା ପରେ ସାପଟି ମରିଯାଇଥିଲା । ଅନ୍ୟପଟେ ଅଜଗରର ବିଷରେ କିଛି ସମୟ ମଧ୍ୟରେ ହିଁ ୪ଜଣ କୁକୁରଙ୍କର ମଧ୍ୟ ପ୍ରାଣବାୟୁ ଉଡିଯାଇଥିଲା । ଡଃ ପୁନମ ଏନେଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି କି, ‘ମୋର ବିଶ୍ବସ୍ତ କୁକୁରଙ୍କ ପାଇଁ ଆଜି ଘରେ ଶୋଇଥିବା ଲୋକମାନଙ୍କର ଜୀବନ ବଞ୍ଚିଯାଇଛି ।’

ଦେଖନ୍ତୁ ଭିଡିଓ :

video courtesy : ABP News

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.