ମିଶନ ‘ଗଗନଯାନ’ରେ ଯିବେ ୪ ମହାକାଶଚାରୀ: ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମିଶନ ଗଗନଯାନରେ ଯିବେ ୪ ମହାକାଶଚାରୀ । ଆଜି ସେମାନଙ୍କର ନାଁ ଘୋଷଣା ହୋଇଛି । ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ଯିବେ ମହାକାଶ ।

ନୂଆଦିଲ୍ଲୀ : ମିଶନ ଗଗନଯାନରେ ଯିବେ ୪ ମହାକାଶଚାରୀ । ଆଜି ସେମାନଙ୍କର ନାଁ ଘୋଷଣା ହୋଇଛି । ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ଯିବେ ମହାକାଶ । କେରଳ ଥିରୁବନନ୍ତପୁରମ ସ୍ଥିତ ବିକ୍ରମ ସାରାବାଇ ସ୍ପେସ ସେଣ୍ଟରରେ ସେମାନଙ୍କୁ ମହାକାଶଚାରୀ ୱିଙ୍ଗ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେମାନଙ୍କ ସହ ହ୍ୟାଣ୍ଡସେକ୍ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ କେବଳ ୪ଟି ନାଁ କିମ୍ବା ବ୍ୟକ୍ତି ନୁହଁନ୍ତି । ସେମାନେ ହେଉଛନ୍ତି ୪ ଶକ୍ତି । ୧୪୦ କୋଟି ଭାରତୀୟଙ୍କର ଆଶା ଆକାଂକ୍ଷା ନେଇ ମହାକାଶ ଯିବେ । ୪୦ ବର୍ଷ ପରେ ମହାକାଶକୁ ଯିବେ ଭାରତୀୟ । ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୫ ସୁଦ୍ଧା ଅନ୍ତରୀକ୍ଷରେ ନିଜସ୍ବ ମହାକାଶକେନ୍ଦ୍ର କରିବ ଭାରତ । ଏହା ହେଉଛି ଆମର ସମୟ । ଆଜି ବିକ୍ରମ ସାରାବାଇ ମହାକାଶ କେନ୍ଦ୍ରରେ ସେ ଗଗନଯାନ ମହାକାଶ ଅଭିଯାନର ସମୀକ୍ଷା କରିଥିଲେ । ତାଙ୍କୁ ମିଶନ ସମ୍ପର୍କରେ ଅବଗତ କରାଇଥିଲେ ଇସ୍ରୋ ମୁଖ୍ୟ । ୨୦୨୦ରେ ଇସ୍ରୋ ୪ ଜଣଙ୍କୁ ପ୍ରଶିକ୍ଷଣ ପାଇଁ ରୁଷିଆ ପଠାଇଥିଲା । ଗଗନଯାନ ମିଶନ ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଏହା ସଫଳ ହେଲେ ଆମେରିକା, ଚୀନ୍ ଓ ଋଷ ପରେ ଭାରତ ଚତୁର୍ଥ ହେବ ଦେଶ । ଗଗନଯାନ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ । କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେସ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।