ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ଘଟଣା: ମାର୍ଚ୍ଚ ୨୨ରୁ ଦୁଇଟି ପର୍ଯ୍ୟାୟରେ ହେବ ଯୁକ୍ତ ମୂଲ୍ୟାୟନ
ଆସନ୍ତା ମାର୍ଚ୍ଚ ୨୨ରୁ ଦୁଇଟି ପର୍ଯ୍ୟାୟରେ ହେବ ଏହି ଯୁକ୍ତ ମୂଲ୍ୟାୟନ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨ ଯାଏ ଏକ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏବଂ ଏପ୍ରିଲ୍ ୪ରୁ ଏପ୍ରିଲ୍ ୧୫ ଯାଏ ହେବ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ ।

ଭୁବନେଶ୍ୱର(କେନ୍ୟୁଜ): ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ଭୁବନେଶ୍ୱର (କେନ୍ୟୁଜ): CHSE ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ଘଟଣା । ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ । CHSE ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଲେ କର୍ତ୍ତୃପକ୍ଷ । ଏନେଇ ପ୍ରେସମିଟ୍ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ‘ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି’ବୋଲି କହିଲେ । ପ୍ରେସମିଟ୍ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ‘ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି’ବୋଲି କହିଲେ ।
ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା । କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍ ଡେଫିସିଟ୍ ରହିଛି ବୋଲି କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ । ମୋଟ ୧୯ ନମ୍ବର ଚଏସ୍ ଡେଫିସିଟ ରହିଛି । ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍ଟ ନେଇଥିବେ ସେମାନେ ଗ୍ରେସ୍ ମାର୍କ ପାଇବେ ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ।
ସେହିପରି ଆଟେମ୍ପ୍ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ ରୋକଠୋକ ଶୁଣାଇ ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ । ଏପଟେ ଏକ୍ସ ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନି ବୋଲି ସେ କହିଛନ୍ତି । ପିଲା ମାନେ ବହୁତ୍ ଭଲ କରିଛନ୍ତି । ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି ତାର ଯାଞ୍ଚ ନିଶ୍ଚିତ କରାଯିବା ସହିତ ଏହି ତଦନ୍ତ ପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସେହିପରି ଆସନ୍ତା ମାର୍ଚ୍ଚ ୨୨ରୁ ଦୁଇଟି ପର୍ଯ୍ୟାୟରେ ହେବ ଏହି ମୂଲ୍ୟାୟନ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨ ଯାଏ ଏକ ପ୍ରଥମ ପର୍ଯ୍ୟାୟ ଯୁକ୍ତ ମୂଲ୍ୟାୟନ ଏବଂ ଏପ୍ରିଲ୍ ୪ରୁ ଏପ୍ରିଲ୍ ୧୫ ଯାଏ ହେବ ଦ୍ଵିତୀୟ ପର୍ଯ୍ୟାୟ ଯୁକ୍ତ ମୂଲ୍ୟାୟନ । ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ ସୂଚନା ଦେଇଛନ୍ତି ।
ତେବେ ମାଟ୍ରିକ୍ ପରୀକ୍ଷା ପରେ CHSE ଯୁକ୍ତ ୨ ପରୀକ୍ଷାରେ ତ୍ରୁଟିକୁ ନେଇ ଶିକ୍ଷାବିତ୍, ପରୀକ୍ଷାର୍ଥୀଙ୍କ ସମେତ ଅଭିଭାବକ ମାନେ ଖୁବ୍ ଚିନ୍ତାରେ ରହିଥିଲେ । CHSEର ଏଭଳି ଦାୟିତ୍ୱହୀନତା ପାଇଁ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ବୋଲି ଅଭିଭାବକ ମାନେ ଅଭିଯୋଗ କରିଥିବାବେଳେ , ବର୍ତ୍ତମାନ CHSE ପକ୍ଷରୁ ସମାଧାନ ରାସ୍ତା ବାହାରିବା ପରେ କଣ ରହୁଛି ପ୍ରତିକ୍ରିୟା ଦେଖିବାକୁ ବାକିରହିଲା ।