ବାରଣାସୀରେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି, ଖର୍ଚ୍ଚ ହେବ ୩୩୦ କୋଟି ଟଙ୍କା

ବାରଣାସୀରେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ତ୍ରିଶୂଳ ଆକାରର ଫ୍ଲଡଲାଇଟ, ଡମ୍ବରୁ ଆକାରର ମିଡିଆ ସେଣ୍ଟର, ଅର୍ଦ୍ଧଚନ୍ଦ୍ରାକାର ଛାତ ରହିବ । ଏହାର ନିର୍ମାଣରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୫ ସୁଦ୍ଧା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସରିବ ।

ପ୍ରଧାନମନ୍ତ୍ରୀ ମୋଦି ବାରଣାସୀର ଗଂଜାରୀରେ ଏକ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ କ୍ରିକେଟର କପିଲ ଦେବ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ଦିଲ୍ଲୀପ ଭେଙ୍ଗସକାର ଏବଂ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ସଚିବ ଜୟ ଶାହା ସହିତ ଅନେକ ଅତିଥି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ମଞ୍ଚ ଉପରେ ସଚିନ ତେନ୍ଦୁଲକର ମୋଦିଙ୍କୁ NAMO ନାମ ଥିବା ଟିମ୍‌ ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଛନ୍ତି, ବନାରସ ଆସି ଯେଉଁ ଅନୁଭବ ମିଳିଛି, ତାହାର ବାଖ୍ୟା କରାଯାଇପାରିନ ।ହିଁ । ୨୩ ଅଗଷ୍ଟରେ ଆମ ଚନ୍ଦ୍ରଯାନ ଚନ୍ଦ୍ରରେ ସଫଳତାପୂର୍ବକ ଲ୍ୟାଣ୍ଡ କରିଥିଲା । ସେହି ସ୍ଥାନ ଶିବ ଶକ୍ତି ନାମରେ ଜଣାଶୁଣା, ସେହିପରି ଏହି ସ୍ଥାନ ମଧ୍ୟ ଶିବଶକ୍ତି ସ୍ଥାନ । କାଶୀରେ ଯେଉଁ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଆଧାରଶିଳା ରଖାଯାଇଛି, ତାହା କ୍ରିକେଟ ଷ୍ଟାଡିୟମ ପାଇଁ ବରଦାନ ।

ସେ ଆହୁରି ମଧ୍ୟକହିଛନ୍ତି, ଏହି ଷ୍ଟାଡିୟମ ଯୁବପିଢିଙ୍କ ପାଇଁ ବରଦାନ । ଆଜି କ୍ରିକେଟ ଯୋଗୁଁ ସମଗ୍ର ବିଶ୍ୱ ଭାରତ ସହିତ ଜଡିତ । ଏହି ଷ୍ଟାଡିୟମର ଡିଜାଇନ ମହାଦେବଙ୍କୁ ସମର୍ପିତ । ପ୍ରଥମେ ଖେଳକୁ ଏକ ଏକ୍ସଟ୍ରା ଆକ୍ଟିଭିଟ ବୋଲି କୁହାଯାଉଥିଲା । ଏବେ ସ୍କୁଲରେ ଖେଳକୁ ବିଷୟବସ୍ତୁ ଭାବେ ପଢାଯିବାକୁ ନିଷ୍ପତ୍ତି ହୋଇଛି ।

କ୍ରିକେଟ ଷ୍ଟାଡିୟମ ନିର୍ମାଣ ହେବାକୁ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ନିର୍ମାଣ ୨୦୨୫ ପର୍ଯ୍ୟନ୍ତ ସଂପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ତ୍ରିଶୂଳ ଆକାରରେ ଫ୍ଲଡଲାଇଟ ଲଗାଯିବ । ଡମ୍ବରୁ ଆକାରର ମିଡିଆ ସେଣ୍ଟର ନିର୍ମାଣ କରାଯିବ । ଅର୍ଦ୍ଧଚନ୍ଦ୍ରକାର ଛାତ ତିଆରି ହେବ । ଏହାଛଡା ଏହି ଷ୍ଟାଡିୟମର ନିର୍ମାଣ ୩୧.୬ ଏକର କ୍ଷେତ୍ରଫଳରେ ହେବ । ୩୦ ହଜାର ଦର୍ଶକ ବସିବାର କ୍ଷମତା ରହିବ । ଷ୍ଟାଡିୟମରେ ୭ଟି ପିଚ୍‌ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.