କୁନି ଝିଅର ଅସାଧାରଣ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ ସେୟାର କରି ପ୍ରଶଂସାରେ ଦେଲେ ପୋତି
ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଝିଅଟି ପିଆନୋ ବଜାଉଥିବା ନଜର ଆସୁଛି। ଏତେ ଛୋଟ ବୟସରେ ଝିଅଟିର ଟ୍ୟାଲେଣ୍ଟ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଝିଅଟି ପିଆନୋ ବଜାଉଥିବା ନଜର ଆସୁଛି। ଏତେ ଛୋଟ ବୟସରେ ଝିଅଟିର ଟ୍ୟାଲେଣ୍ଟ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଏପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଝିଅର ଟ୍ୟାଲେଣ୍ଟକୁ ବେଶ୍ ପ୍ରଶଂସା କରିଛନ୍ତି। ମୋଦି ଟ୍ଵିଟରରେ ଭିଡିଓ ସେୟାର କରି ଲେଖିଛନ୍ତି, ‘ଏହି ଭିଡିଓ ସମସ୍ତଙ୍କ ମୁହଁରେ ହସ ଫଟାଇପାରିବ। ଅସାଧାରଣ ପ୍ରତିଭା ଏବଂ କ୍ରିଏଟିଭିଟି। ଶାଲମଲିଙ୍କୁ ଶୁଭକାମନା’।
ଭିଡିଓକୁ ପ୍ରଥମେ ଟ୍ଵିଟର ୟୁଜର @anantkkumar ସେୟାର କରିଥିଲେ। ଏହାକୁ ଏ ପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି। ଶହ ଶହ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓରେ ଦେଖାଯାଇପାରିବ ଯେ ଜଣେ ମହିଳା ବ୍ୟାକ୍ଗ୍ରାଉଣ୍ଡରେ ଏକ କନ୍ନଡ ଗୀତ ଗାଉଛନ୍ତି ଏବଂ ଏହାର ଧୁନ୍ରେ କୁନି ଝିଅଟି ପିଆନୋ ବଜାଉଛି।
ଝିଅର ନାମ ଶାଲମଲି ବୋଲି କୁହାଯାଉଛି। ମଝିରେ ମଝିରେ ସେ ମଧ୍ୟ ଗୀତକୁ ଗୁଣୁ ଗୁଣାଉଥିବା ଦେଖିଯାଉଛି। ଝିଅଟିର ମିଠା ସ୍ୱର ଏବଂ ସୁନ୍ଦର ହସ ଲୋକଙ୍କ ହୃଦୟ ଜିତିଯାଉଛି। ତାଙ୍କ ପିଆନୋର ଧୁନ୍ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ଖାସ୍ କଥା ହେଉଛି, ଶାଲମଲି ଗୋଟିଏ ହାତରେ ପିଆନୋ ବଜାଉଛନ୍ତି। ତାଙ୍କର ଅସାଧାରଣ ପ୍ରତିଭା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୃଦୟ ଖୋଲି ତାଙ୍କୁ ପ୍ରଶଂସା କରିଛନ୍ତି।
This video can bring a smile on everyone’s face. Exceptional talent and creativity. Best wishes to Shalmalee! https://t.co/KvxJPJepQ4
— Narendra Modi (@narendramodi) April 25, 2023