Below header

ଗୋଟେ ଶାଢୀକୁ ପସନ୍ଦ କଲେ ଦୁଇ ମହିଳା, ତାପରେ ଯାହା ହେଲା ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁରେ ପଡିଥିବା ଏକ ଶାଢୀ ଶୋ’ର ଏହି ଭିଡିଓ ଏବେ ଖୁବ୍ ଚର୍ଚ୍ଚାରେ। ଯେଉଁଥିରେ ଦୁଇ ଜଣ ମହିଳା ପରସ୍ପର ସହ ଝଗଡା କରୁଥିବା ସହ ହାତାହାତି ହେଉଥିବାର ନଜର ଆସୁଛନ୍ତି।

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ସଭିଏଁ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ପ୍ରାୟତଃ ୟୁଜର୍ସ କହୁଛନ୍ତି ଯେ ମହିଳାମାନେ କେଉଁଠାରେ ଏବଂ କେଉଁଠି ଲଢିଯିବେ ତାହା କହିବା ଅସମ୍ଭବ। ତେବେ ବର୍ତ୍ତମାନ ବେଙ୍ଗାଲୁରୁରେ ପଡିଥିବା ଏକ ଶାଢୀ ଶୋ’ର ଏହି ଭିଡିଓ ଏବେ ଖୁବ୍ ଚର୍ଚ୍ଚାରେ। ଯେଉଁଥିରେ ଦୁଇ ଜଣ ମହିଳା ପରସ୍ପର ସହ ଝଗଡା କରୁଥିବା ସହ ହାତାହାତି ହେଉଥିବାର ନଜର ଆସୁଛନ୍ତି।

ସତ କହିବାକୁ ଗଲେ ମହିଳାମାନଙ୍କ ଭିତରେ ଶାଢୀକୁ ନେଇ ସବୁବେଳେ ଏକ ବଡ଼ କ୍ରେଜ୍ ଥାଏ। ସେମାନେ ସବୁବେଳେ ନୂଆ ଡିଜାଇନର ଶାଢୀ କିଣିବାକୁ ଭଲ ପାଆନ୍ତି। ଅଧିକାଂଶ ସମୟରେ ମହିଳାମାନଙ୍କ ଶାଢୀ କିଣିବା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ଏହି ଶାଢୀ କିଣାବେଳେ ଯେ ଏମିତି ତାଣ୍ଡବ ହେବ ତାହା କେବେ ବୋଧେ ଆପଣମାନେ ଦେଖିନଥିବେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।

ଶାଢୀ ଶୋ’ରୁମରେ ଶାଢୀ କିଣା ପାଇଁ ଅଫର ପଡିଥିଲା। ତେଣୁ ମହିଳାମାନଙ୍କର ଭିଡ ଜମିଥିଲା । କିନ୍ତୁ ଏହି ଶାଢୀ କିଣିବା ସମୟରେ ଦୁଇ ମହିଳାଙ୍କ ମଧ୍ୟରେ ଗୋଟେ ଶାଢୀକୁ ନେଇ ସୃଷ୍ଟି ହୋଇଥିଲା ଯୁକ୍ତିତର୍କ। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଏକ ଦୁଇଜଣ ମହିଳାଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ତାପରେ ହାତାହତି ହୋଇଥିଲା। ପରସ୍ପର କେଶ ଭିଡାଭିଡି ହେବା ସହ ମାଡ ମରାମରି ମଧ୍ଯ ହୋଇଥିଲେ। ଉଭୟ ସମାନ ଶାଢୀକୁ ପସନ୍ଦ କରିଥିଲେ । ଯାହାଦ୍ବାରା ଏଭଳି ପରିସ୍ଥିତି ସ୍ରୁଷ୍ଟି ହୋଇଥିଲା।

ଏହି ସମୟର ଭିଡିଓ ସେୟାର କରିଥିବା ଟ୍ୱିଟର ବ୍ୟବହାରକାରୀ ଜଣକ ଲେଖିଛନ୍ତି ଯେ ଏହି ଭାଇରାଲ ଭିଡିଓଟି ବେଙ୍ଗାଲୁରୁର। ତେବେ ଅନେକ ଲୋକ ଏହି ଭିଡିଓ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । କେହି କେହି କହୁଛନ୍ତି ଏହି ଭିଡିଓ ମଜାଳିଆ ଅଟେ। ଜଣେ ଉପଭୋକ୍ତା କହିଛନ୍ତି, “ଏ ମହିଳାମାନେ ଶାଢୀ ପାଇଁ ସବୁ କିଛି କରିପାରିବେ।” ଅନ୍ୟ ଜଣେ ଲେଖିଛନ୍ତି ଯେ ଏହି ଭିଡିଓରେ ପୁଣି ଥରେ ମହିଳାମାନଙ୍କ ଶାଢୀ ପ୍ରତି ଥିବା ଭଲପାଇବା ଦେଖାଦେଉଛି।

ତେବେ ଆଶା କରୁଛୁ ଆଜିର ଏହି ଭିଡିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଏଭଳି ଖବର ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ ଆମ ଚ୍ଯାନେଲ୍ କେନ୍ଯୁଜ୍ ଓଡିଶା ସହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.