୧୨ଶ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, BSF ରେ ଖାଲିପଡିଛି ହେଡ କନେଷ୍ଟବଳ ପଦବୀ
ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ । BSF ରେ ଖାଲିପଡିଛି ହେଡ କନେଷ୍ଟବଳ ପଦବୀ । ୧୨ଶ ପାସ୍ କରି ଆଇଟିଆଇ ସାର୍ଟିଫିକେଟ ରଖିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୨ ମଇ ରହିଛି ।
ବିଏସଏଫରେ ଖାଲିପଡିଛି ହେଡ କନେଷ୍ଟବଳ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଆବେଦନପତ୍ର ଜମା କରିବାର ଶେଷ ତାରିଖ ୧୨ ମଇ ରହିଛି ।
ପଦବୀ ବିବରଣୀ : ୨୪୭
ହେଡ କନେଷ୍ଟବଳ( ରେଡିଓ ଅପରେଟର) : ୨୧୭
ହେଡ କନେଷ୍ଟବଳ(ରେଡିଓ ମେକାନିକ) : ୩୦
ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍ କରିବା ସହିତ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ଏହାସହିତ ୧୨ଶ ପାସ୍ କରିଥିବା ପ୍ରାର୍ଥୀ ଆଇଟିଆଇ ସାର୍ଟିଫିକେଟ ରଖିଥିବା ଜରୁରୀ ।
ଆବେଦନ ଶୁଳ୍କ : ଆବେଦନ କରୁଥିବା ଅଣସଂରକ୍ଷିତ/EWS/ଓବିସି ପ୍ରାର୍ଥୀ ପରୀକ୍ଷା ବାବାଦରେ ୧୪୭.୨୦ ପଇସା ଦେବାକୁ ହେବ ।ସେହିପରି ଅନ୍ୟମାନେ କୌଣସି ଶୁଳ୍କ ଦେବେ ନାହିଁ ।
ଜାଣନ୍ତୁ କେମିତି କରିବେ ଆବେଦନ :
ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରଥେମ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଆନ୍ତୁ ।
ତା’ ପରେ ହୋମପେଜରେ Apply Here” link against “Group-C Head Constable (Radio Operator) and Head Constable (Radio Mechanic)” ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
କ୍ଲିକ୍ ହେବା ପରେ ଏକ ପେଜ ଖୋଲିବ । ସେଥିରେ ଏକ ଆପ୍ଲିକେସନ ଫର୍ମ ମିଳିବ ।
ଏଠାରେ ନିଜର ସଂପୂର୍ଣ୍ଣ ବିବରଣୀ ଭରିବା ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଜମା କରିବା ପରେ ସବମିଟ୍ କରନ୍ତୁ ।
ଫର୍ମ ସବମିଟ୍ କରିବା ପରେ ଫର୍ମ ଡାଉନଲୋଡ କରି ଏହାର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :