ଖେଳ ସାରଙ୍କ ଖେଳ ଖତମ୍ : ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖି ମାରିଲେ ଛୁ

ଖେଳ ଶିକ୍ଷକଙ୍କ ଲଭ୍‌ ଗେମ୍‌। ଏକାଧିକ ଯୁବତୀଙ୍କ ସହ ରାସଲୀଳା ବେଳର ଭିଡିଓ ଭାଇରାଲ ହେଉଛି। ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗ୍ରାମର ସୌରଭ ପ୍ରଧାନ ।

ବଲାଙ୍ଗିର (କେନ୍ୟୁଜ): ଖେଳ ଶିକ୍ଷକଙ୍କ ଲଭ୍‌ ଗେମ୍‌। ଏକାଧିକ ଯୁବତୀଙ୍କ ସହ ରାସଲୀଳା ବେଳର ଭିଡିଓ ଭାଇରାଲ ହେଉଛି। ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗ୍ରାମର ସୌରଭ ପ୍ରଧାନ । ସୌରଭ ପ୍ରଧାନ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶିକ୍ଷକ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିବା ଜଣାପଡିଛି।

ସୂଚନା ଅନୁସାରେ ତାଲପାଲି ପଡାର ଜନୈକା ଯୁବତୀଙ୍କ ସହିତ ସୌରଭ ଫେସବୁକରେ ଚିହ୍ନା ପରିଚିତ ହୋଇଥିଲେ । କଥାବାର୍ତ୍ତା ହେବା ପରେ ସେମାନେ ପରସ୍ପରକୁ ଭଲପାଉଥିଲେ । ଏପରିକି ଦୁହେଁ ଶାରୀରିକ ସର୍ମ୍ପକ ମଧ୍ୟ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି । ତେବେ ବିବାହର ପ୍ରତିଶୃତି ନେଇ ଯୁବତୀଙ୍କ ସହିତ ଯୌନ ସର୍ମ୍ପକ ରଖିଥିଲେ । ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ତାଙ୍କର କିଛି ଫଟୋ ମଧ୍ୟ ରଖିଥିବା ଜଣାପଡିଛି ।

ଏପରିକି ଶିକ୍ଷକଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବାର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏବେ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି । ରଙ୍ଗିଲା ଖେଳ ଶିକ୍ଷକଙ୍କର ଗୋଟିଏ କି ଦୁଇଟି ନୁହେଁ ୧୩ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଖେଳ ଶିକ୍ଷକ। ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ତେବେ ଗତ କିଛି ଦିନ ହେବ କାହାକୁ କିଛି ନକହି ଖେଳ ଶିକ୍ଷକ ସ୍କୁଲକୁ ଆସୁନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଖେଳ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶିକ୍ଷକ ଜଣକ ଫେରାର ଥିବା ବେଳେ ତାଙ୍କୁ ପାଇବା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.