Below header

ଚଳିତ ଜି-୨୦ ସମ୍ମିଳନୀର ଆୟୋଜନ କରିବ ଭାରତ, ବିଶ୍ୱସ୍ତରୀୟ ରାଜନେତାଙ୍କୁ ମୋଦି ଦେବେ ହିମାଚଳ ପ୍ରଦେଶର ପାରମ୍ପରିକ ଉପହାର

ଚଳିତଥର ଜି-୨୦ ସମ୍ମିଳନୀର ଆୟୋଜନ କରିବ ଭାରତ। ଡିସେମ୍ବର ୧ ତାରିଖରେ ଭାରତକୁ ଏନେଇ ଅଧ୍ୟକ୍ଷତା ମିଳିବ। ଜି-୨୦ ଅର୍ଥାତ୍‌ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ୨୦ଟି ଦେଶର ସମୂହ ସଂଗଠନ। ଜି-୨୦ ସମ୍ମିଳନୀରେ ଭାରତ, ଜାପାନ, ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, କୋରିଆ, ମେକ୍ସିକୋ, ରୁଷ, ସାଉଦି ଆରବ, ତୁର୍କୀ ଏବଂ ୟୁରୋପୀୟ ସଂଘ ସାମିଲ ରହିଛି। ତେବେ ଭାରତରେ ଆୟୋଜନ ହେବାକୁ ଥିବା ଟି-୨୦ ସମ୍ମିଳନୀରେ ମୋଦି ବିଶ୍ୱସ୍ତରର ନେତାଙ୍କୁ ହିମାଚଳ ପ୍ରଦେଶର ପାରମ୍ପରିକ ପୋଷାକ ଉପହାର ଭାବେ ଦେବେ।

ଆଗାମୀ ଜ-୨୦ ସମ୍ମିଳନୀକୁ ଆୟୋଜନ କରିବ ଭାରତ ଆଉ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱସ୍ତରୀୟ ନେତାଙ୍କୁ ହିମାଚଳ ପ୍ରଦେଶର କଳା ଏବଂ ପରମ୍ପରା ପ୍ରୋତ୍ସାହିତ କରିବା ପାଇଁ ହିମାଚଳର ପାରମ୍ପରିକ ପୋଷାକ ପ୍ରଦାନ କରିବେ। ତେବେ ମୋଦି ଜି-୨୦କୁ ଆସିବାକୁ ଥିବା ସମସ୍ତ ନେତାଙ୍କୁ ହିମାଚଳର ଚମ୍ବା ରୁମାଲ, କାଙ୍ଗଡାର ଲଘୁ ଚିତ୍ର, ଶାଲ୍‌, ହିମାଚଳୀ ମୁଖା, କୁଲ୍ଲ ଶାଲ ଏବଂ କନାଲ ବ୍ରସ ସେଟ୍‌ ଭଳି ଜିନିଷ ପ୍ରଦାନ କରିବେ। ତେବେ ଏହି ଉପହାର ଜରିଆରେ ଆମେରିକା, ରୁଷ, ଜାପାନ, ବ୍ରାଜିଲ, ୟୁଏଇ, ନେଦରଲାଣ୍ଡ ଏବଂ ସ୍ପେନ ଭଳି ଦେଶର ପ୍ରମୁଖ ନେତାମାନଙ୍କୁ ଉପହାର ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତର ଜି-୨୦ ଅଧ୍ୟକ୍ଷତା ଲୋଗୋ, ଥିମ ଏବଂ ୱେବସାଇଟ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଉନ୍ମୋଚନକୁ ଐତିହାସିକ ମୁହୂର୍ତ୍ତ କହିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଲୋଗୋରେ ପଦ୍ମ ଫୁଲ ଉପରେ ପୃଥିବୀ ଚିତ୍ରଣ ହୋଇଛି ।

ଭାରତର ଜି-୨୦ ଅଧ୍ୟକ୍ଷତା ଲୋଗୋ ଉନ୍ମୋଚନ ସମୟରେ ପିଏମ ମୋଦି ଏହାକୁ ଭାରତୀୟଙ୍କ ରଙ୍ଗରେ ଏକ ସନ୍ଦେଶ ଏବଂ ଏକ ଭାବନା ରୂପେ ବର୍ଣ୍ଣନା କରିଥିଲେ। ବସୁଧୈବ କୁଟୁମ୍ୱକମ ବିଶ୍ୱ ପ୍ରତି ଭାରତ କରୁଣାର ପ୍ରତୀକ ଏବଂ ପଦ୍ମ ବିଶ୍ୱକୁ ଏକ କରିବାରେ ଭାରତର ସାଂସ୍କୃତିକ ଐହିତ୍ୟ ଏବଂ ବିଶ୍ୱାସକୁ ଚିତ୍ରିତ କରୁଛି ବୋଲି ସେ କହିଥିଲେ ।

ନିକଟରେ ମୋଦି କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ମୋଦିଙ୍କୁ ହିମାଚଳ ପ୍ରଦେଶର ପରିଧାନ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ଜି-୨୦ ସମ୍ମିଳନୀକୁ କିପରି ସଫଳତାର ସହିତ ସଂପୂର୍ଣ୍ଣ କରାଯିବ ଏଥିପାଇଁ ଭାରତ ସରକାର ସମସ୍ତ ପ୍ରଚେଷ୍ଟା ଚଳାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.