ପ୍ରେମର ମୂଲ୍ୟ ବୁଝିଲାନି ପ୍ରେମିକା…, ଧୋକା ସହି ନ ପାରି ଫେସ୍‌ବୁକ ଲାଇଭ୍‌ ଆସି ନିଜ ବେକ କାଟିଦେଲା ପ୍ରେମିକ!

ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଜଣେ ଯୁବକ ଫେସ୍‌ବୁକ ଲାଇଭ୍‌ କରି ଗ୍ରାଇଣ୍ଡରରେ ନିଜ ବେକ କାଟି ଦେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ଏହିପରି ଭାବେ ଯୁବକ ନିଜ ଜୀବନ ହାରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କୁହାଯାଉଛି କି, ମୃତ ଯୁବକଙ୍କର କୌଣସି ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ପ୍ରେମରେ ଧୋକା ମିଳିବା କାରଣରୁ ଯୁବକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ରିପୋର୍ଟରୁ ଜଣାପଡ଼ିଛି, ଯୁବକ ଜଣକ ନିଜ ପ୍ରେମିକାଙ୍କ ଉପରେ ଧୋକା ଦେବାର ଅଭିଯୋଗ ଆଣି ଫେସ୍‌ବୁକରେ ଲାଇଭ୍‌ ଆସିଥିଲେ। ଲାଇଭ୍‌ ଚାଲିଥିବା ବେଳେ ସେ ଏକ ଗ୍ରାଇଣ୍ଡର ଆଣି ନିଜ ଗଳା କାଟି ଦେଇଥିଲେ। ଲାଇଭ୍‌ ସମୟରେ ଯୁବକ ପ୍ରେମିକାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖୁବ୍‌ ଗାଳିଗୁଲଜ କରିଥିଲେ। ଲାଇଭ୍‌ରେ ଥିବା ଅନେକ ଲୋକ ତାଙ୍କୁ ଏପରି କରିବାକୁ ମନା କରିଥିଲେ, ହେଲେ ଯୁବକ କୌଣସି ମତେ ସେମାନଙ୍କ କଥା ଶୁଣି ନ ଥିଲେ।

ପୋଲିସ ସୂଚନା ମୁତାବକ, ଯୁବକ ନିଜ ଗାଁର ଜଣେ ଯୁବତୀଙ୍କୁ ହିଁ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର କରି ଦେଇଥିଲେ, ଯାହାକୁ ନେଇ ଯୁବକ ହତୋତ୍ସାହ ହୋଇ ପଡ଼ିଥିଲେ ଏବଂ ଫେସ୍‌ବୁକ ଲାଇଭ୍‌ ଆସି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ନାମ ନେଇ ନିଜ ଗଳା କାଟି ଦେଇଥିଲେ। ତେବେ ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.