ଆଜି ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

କେନ୍ୟୁଜ୍: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଆଜି ତାଙ୍କର ଜନ୍ମଦିନ । ଏନେଇ ଦେଶବ୍ୟାପୀ ତାଙ୍କ ସମର୍ଥକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳୁ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ଵିଟ୍‌ କରି ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ମୋଦି । ସେପଟେ ରାହୁଲ ତାଙ୍କ ଜନ୍ମଦିନକୁ ବଡ଼ ଧରଣରେ ପାଳନ କରିବେ ନାହିଁ ବୋଲି କହିଛନ୍ତି । ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜନ୍ମ ଦିନକୁ ସେଭଳି ଯାକଜମକରେ ପାଳନ ନକରିବାକୁ କହିଛନ୍ତି । ରାହୁଲ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ପାର୍ଟି କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାପରେ ରାହୁଲ ଶିଶୁଙ୍କୁ ଭେଟିବାକୁ ଯିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.