୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ମାର୍ଚ୍ଚ ପ୍ରଥମ ସପ୍ତାହରେ ସମ୍ଭବ, ମୋଦି ଦେଲେ ସଙ୍କେତ

ଗୋହାଟି :  ଆସାମ ସମେତ ୫ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନର ତାରିଖ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ଘୋଷଣା କରିପାରନ୍ତି । ଆସାମର ଏକ ର‍୍ୟାଲିରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି ସଙ୍କେତ ଦେଇଛନ୍ତି ।

ସେ ଆହୁରି କହିଥିଲେ ଯେ ଦଶନ୍ଧି ଧରି ପୂର୍ବତ୍ତୋର ରାଜ୍ୟକୁ ଅବହେଳା କରାଯାଇଛି । ଗତ ଥର (୨୦୧୬ ରେ) ଆସାମରେ ନିର୍ବାଚନ ତାରିଖ ଘୋଷଣା ମାର୍ଚ୍ଚ ୪ ତାରିଖରେ ହୋଇଥିଲା । ଚଳିତ ଥର ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଶ୍ରୀ ମୋଦି କହିଥିଲେ ।

ଗ୍ୟାସ, ତୈଳ ଓ ଶିକ୍ଷା କ୍ଷେତ୍ର ସମ୍ପର୍କିତ ୩,୨୨୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ଅବସରରେ କହିଛନ୍ତି ଯେ ନିର୍ବାଚନ ଅବସରରେ ଯେତେଥର ସମ୍ଭବ ହେବ ସେ ଆସାମ, ବଙ୍ଗଳା, ପଡୁଚେରୀ, ତାମିଲନାଡୁ ଓ କେରଳ ଗସ୍ତ କରିବେ । ଏହି ସବୁ ରାଜ୍ୟରେ ଅପ୍ରେଲ ଓ ମଇ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁମାନେ ସ୍ୱାଧୀନତା ପରଠାରୁ ଦେଶ ଶାସନରେ ରହିଛନ୍ତି ସେମାନେ ଦିଲ୍ଲୀ ଓ ଦିସପୁର ମଧ୍ୟରେ ବହୁତ ଦୂରତା ଭାବୁଥିଲେ । ହେଲେ ଆଜି ଦିଲ୍ଲୀ ଦୂର ନୁହେଁ ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.