ଟିମ୍ ଇଣ୍ଡିଆ ଫ୍ଯାନଙ୍କ ପାଇଁ ଖୁସି ଖବର, ଟିମକୁ ଫେରିଲେ ଉମେଶ ଯାଦବ

ଟିମ୍ ଇଣ୍ଡିଆ ଫ୍ଯାନଙ୍କ ପାଇଁ ଖୁସି ଖବର । ଇଂଲଣ୍ଡ ବିପକ୍ଷ ଶେଷ ୨ଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସ୍ପିଡ୍ ଷ୍ଟାର ଉମେଶ ଯାଦବ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ। ଉମେଶ ଯାଦବ ଟିରେ ଶାର୍ଦ୍ଦଲୁ ଠାକୁରଙ୍କ ସ୍ଥାନରେ ରିପ୍ଲେସ ହେବେ। ଆଉ ଶାର୍ଦ୍ଦଲୁ ଏବେ ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟ ଖେଳିବେ।

ବିସିସିଆଇ ମୁତାବକ, ଭାରତ-ଇଂଲଣ୍ଡ ଶେଷ ୨ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡରେ ସାମିଲ ହୋଇଛନ୍ତି ଉମେଶ ଯାଦବ । ୨୧ ଫେବ୍ରୁଆରୀକୁ ହୋଇଥିବା ଫିଟନେସ ଟେଷ୍ଟ ପାସ୍ କରିଛନ୍ତି। ଶେଷ ଦୁଇ ମ୍ଯାଚ ପାଇଁ ଉମେଶଙ୍କୁ ସ୍ଥାନ ଦିଆଯାଇଛି। ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ବେଳେ ଆହତ ହୋଇଥିଲେ ଉମେଶ ଯାଦବ । ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଉମେଶ ଯାଦବ ।

ସୂଚନାଯୋଗ୍ଯ, ଆସନ୍ତାକାଲରୁ ମୋଟରା ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ଯାଚ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.