Below header

ରଜନୀକାନ୍ତ ଷ୍ଟାଇଲରେ ଦୋସା ବନାଇଲେ ଦୋକାନୀ, ମେସିନ୍ ଭଳି କେମିତି ବନାଉଛନ୍ତି ଦେଖନ୍ତୁ ଭିଡିଓ

ଯଦି ଆପଣ ମୁମ୍ବାଇ ଷ୍ଟ୍ରୀଟ ଫୁଡ୍ ଲବର ତାହେଲେ ଆପଣ ଫେମସ୍ ମୁଥୁ ଦୋସା କର୍ଣ୍ଣରରେ ଆସିଥିବେ ନିଶ୍ଚୟ। ଏଠାରେ ଆପଣ ଟେଷ୍ଟୀ ମସଲା ଦୋସା ଏବଂ ମୈସୁର ମସଲା ଦୋସା ଖାଇଥିବେ। ଏଠାରେ କେବଳ ସ୍ୱାଦ ଗ୍ରାହକଙ୍କୁ ଆକର୍ଷିତ କରିନଥାଏ ଏହାସହିତ ଦୋସା ପରଷିବା ଷ୍ଟାଇଲରେ ଲୋକ ଏହି ଫୁଡ୍ ଷ୍ଟଲକୁ ଟାଣି ହୋଇ ଆସନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ଏହି ଦୋସା ଦୋକାନର ମାଲିକ ଏକଦମ୍ ମେସିନ୍ ଭଳି ଦୋସା ବନାନ୍ତି।

dosaବାସ୍ତବରେ ଦୋସା ମାଲିକ ମୁଥୁ ରଜନୀକାନ୍ତଙ୍କର ଏତେ ବଡ ଫ୍ୟାନ୍ ଯେ ତାଙ୍କ ନାମ ଅନୁଯାୟୀ ‘ରଜନୀକାନ୍ତ ଷ୍ଟାଇଲ୍ ଦୋସା’ ରଖାଯାଇଛି। ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି।

ଷ୍ଟ୍ରୀଟ ଫୁଡ୍ ରେସିପି ନାମକ ଏକ ଫେସବୁକ ପେଜରେ ପୂରା ଦୋସା ବନାଇବାର ପ୍ରସ୍ତୁତି ଏବଂ ପରଷିବା ଷ୍ଟାଇଲର ଭିଡିଓକୁ ଅପଲୋଡ୍ କରାଯାଇଛି। ଯାହାକି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଖୁବ୍ ପସନ୍ଦ ଆସୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ତ ଏହି ମଜାଦାର ଭିଡିଓକୁ ଦେଖି କମେଣ୍ଟସ୍ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଏଠାକୁ ଛୋଟବେଳୁ ଆସୁଛି, କିନ୍ତୁ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ଏମିତି ଦୋସା ବନାଇ ପାରନ୍ତିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.