ପୁଣି ନୂଆ ପ୍ରାଇଭେସି ପଲିସି ନେଇ ଆସିଛି ହ୍ୱାଟସଆପ୍, ଯଦି ନ ମାନିବେ ସହିବାକୁ ପଡିବ ବଡ କ୍ଷତି

ପୁଣି ଦାଦାଗିରି ଦେଖାଇଲା ହ୍ବାଟସଆପ୍। ନୂଆ ପ୍ରାଇଭେସି ପଲିସି ନେଇ ପୁଣି ଫେରିଛି ହ୍ୱାଟସଆପ୍ । ୟୁଜର୍ସଙ୍କୁ ନିଜ ନୂଆ ପଲିସି ପଠାଇଛି ଏହି ମେସେଜିଂ ଆପ୍ । ଏଥିରେ କୁହାଯାଇଛି ଯେ, ଯଦି ନିର୍ଦ୍ଧାରିତ ସମୟ ଭିତରେ ସର୍ତ୍ତକୁ ଆକ୍ସେପ୍ଟ ନ କରନ୍ତି ତେବେ କ୍ଷତି ସହିବାକୁ ପଡିବ ।

ହ୍ୱାଟସଆପ୍ ପୁଣି ନିଜ ୟୁଜର୍ସଙ୍କୁ ନୂଆ ପ୍ରାଇଭେସି ପଲିସିକୁ ନେଇ ନୋଟିଫିକେସନ୍ ପଠାଇବା ଆରମ୍ଭ କରିଦେଇଛି । ସୂଚନା ଅନୁସାରେ ହ୍ୱାଟସଆପ୍ ୟୁଜର୍ସଙ୍କୁ କହିଛି କି ନୂଆ ପ୍ରାଇଭେସି ପଲିସିକୁ ୧୫ ମେ ଭିତରେ ଆକ୍ସେପ୍ଟ କରିବାକୁ ହେବ । ଗତ ଥର ଭଳି ଏଥର ମଧ୍ୟ ୟୁଜର୍ସଙ୍କୁ ଏହି ସର୍ତ୍ତ ନମାନିବାର କୌଣସି ବିକଳ୍ପ ଦିଆଯାଇନି । ଅର୍ଥାତ୍ ୟୁଜର୍ସଙ୍କୁ ଏହି ସର୍ତ୍ତ ମାନିବାକୁ ବାଧ୍ୟ ।

whatsapp

ରିପୋର୍ଟ ଅନୁସାରେ ହ୍ୱାଟସଆପ୍ ସ୍ପଷ୍ଟ କରିଦେଇଛି ଯେ, ଆପଣଙ୍କୁ ନୂଆ ସର୍ତ୍ତ ମାନିବାକୁ ହେବ । ଯଦି ଆପଣ ଏମିତି କରୁନାହାଁନ୍ତି ତେବେ ହ୍ୱାଟ୍ସଆପରେ ଆସୁଥିବା କଲ୍ସ ଓ ନୋଟିଫିକେସନ୍ ମିଳିବ କିନ୍ତୁ ୟୁଜର୍ସ ମେସେଜ୍ ପଢିପାରିବେନି । ଏହା ବ୍ୟତୀତ ମେସେଜ୍ ପଠାଇବା ବିକଳ୍ପ ମଧ୍ୟ ବନ୍ଦ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.