ପ୍ରେମ, ପ୍ରତାରଣା ତାପରେ ବିବାହ: ସବୁ ପୁରୁଣା କଥାକୁ ଭୁଲି ସାତ ଜନ୍ମର ସାଥୀ ହେଲେ ଭିନ୍ନ ଭିନ୍ନ ଧର୍ମର ଦୁଇ ପ୍ରେମୀଯୁଗଳ

ବାଲେଶ୍ୱର: ପ୍ରେମ, ପ୍ରତାରଣା ତାପରେ ବିବାହ । ନା ବାଜିଲା ବାଜା ରୋଷଣୀ, ନା ଯାଇଥିଲେ ବନ୍ଧୁବାନ୍ଧବ । ତଥାପି ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ ପ୍ରେମୀ ଯୁଗଳ । ଦିନେ ପରିବାରର ଅସମ୍ମତି ଯୋଗୁଁ ଥାନାକୁ ଯାଇଥିବା ପ୍ରେମ ଆଜି ବିବାହ ମଣ୍ଡପରେ ସମାଧାନ ହେଇଛି । ବାଲେଶ୍ୱର ସହରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ରୋଚକପୂର୍ଣ୍ଣ ଘଟଣା ହେଉଛି, ଉଭୟ ଭିନ୍ନ ଭିନ୍ନ ଧର୍ମର। ତଥାପି ସଂପୂର୍ଣ୍ଣ ହିନ୍ଦୁରୀତି ନୀତିରେ ବିବାହ ହୋଇଥିବା ବେଳେ ପ୍ରେମିକ ଜଣକ ଜେଲ୍‌ରୁ ଆସି ପ୍ରେମିକାଙ୍କୁ ବିବାହ କରିଥିଲେ ।

ବାଲେଶ୍ୱର ଜିଲ୍ଲା କାରାଗାରରୁ ବିବାହ ବେଦୀକୁ ଯାଇଥିବା ବର ହେଉଛନ୍ତି ଦେବୀପ୍ରସାଦ ମିଶ୍ର । ଘର କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ । ପ୍ରେମିକା ନଗମା ପର୍ବିନଙ୍କ ସହ ଦୀର୍ଘ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣାକୁ ନେଇ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନାରେ ରୁଜୁ ହୋଇଥିଲା ମାମଲା । ଏଥିପାଇଁ ପ୍ରେମିକକୁ ଜେଲ୍‌ ଯିବାକୁ ପଡ଼ିଥିଲା । ଆଉ ଆଜି ସମାଧାନର ବାଟ ଖୋଲିଯାଇଛି । ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି ଦେବୀପ୍ରସାଦ ଓ ନଗମା । ଆଉ ୟା ଭିତରେ ନିଜ ପ୍ରେମକୁ ପାଇବା ପାଇଁ ଧର୍ମ ପରିବର୍ତନ କରି ନଗମା ପର୍ବିନ୍‌ରୁ ସୁଶ୍ରୀ ମାମୁନ ପାଣିଗ୍ରାହୀ ହୋଇଯାଇଛନ୍ତି ପ୍ରେମିକା ।

marriageତେବେ ଉଭୟଙ୍କ ପ୍ରେମକୁ ସଫଳ କରିବା ପାଇଁ କିଛି ସଂଗଠନ ଓ ପୋଲିସ ଆଗକୁ ଆସିଥିଲେ । ଉଭୟଙ୍କୁ ବିଭିନ୍ନ ସମୟରେ ବୁଝାସୁଝା ପରେ ସମାଧାନର ବାଟ ଫିଟିଥିଲା । ଆଉ ନ୍ୟାୟାଳୟରେ ବିବାହକୁ ସମ୍ମତି ପାଇଁ ଆବେଦନ ପରେ କୋର୍ଟ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମତ ନେବା ପରେ ବିବାହ ପାଇଁ ସ୍ୱୀକୃତି ଦେଇଥିଲେ ।

ସବୁ ପୁରୁଣା କଥାକୁ ଭୁଲି ଆଜି ଦୁଇ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବା ସହ ଆଗାମୀ ଜୀବନ ସୁଖରେ କାଟିବା ପାଇଁ ନିଷ୍ପତ୍ତି ନେବା ନିହାତୀ ପ୍ରଶଂସା ଯୋଗ୍ଯ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.