କ୍ଯାଟ୍ରିନାଙ୍କ ଭଉଣୀ ଇସାବେଲ କୈଫଙ୍କ ଡ୍ଯାନ୍ସର ଲୁକ୍ ମଚାଇଲା ଧମାଲ, ସୁରଜଙ୍କ ସହିତ ଆସିଲେ ନଜର

କ୍ଯାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲ କୈଫ ଏବେ ବଲିଉଡରେ ଏଣ୍ଟ୍ରି କରିଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ସୁସ୍ବାଗତମ ଖୁସାମଦିଦ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏହାର ଫାଷ୍ଟ ଲୁକ୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏବେ ଇସାବେଲଙ୍କୁ ହାତରେ ଦ୍ବିତୀୟ ଫିଲ୍ମ ଅଫର ରହିଛି। ସୁରଜ ପାଞ୍ଚୋଲୀଙ୍କ ସହିତ ଫିଲ୍ମ ‘ଟାଇମ ଟୁ ଡ୍ଯାନ୍ସ’ରେ ନଜର ଆସିବେ ଇସାବେଲ। ଯାହାର ପାଷ୍ଟ ଲୁକ୍ ରିଲିଜ ହେବାର ତାରିଖ ସାମ୍ନାକୁ ଆସିଛି।

ସୂଚନାଯୋଗ୍ଯ, ଇସାବେଲ କୈଫ ଏବଂ ସୁରଜ ପାଞ୍ଚୋଲୀଙ୍କ ଫିଲ୍ମ ‘ଟାଇମ ଟୁ ଡ୍ଯାନ୍ସ’ ସିନେମା ହଲ୍ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଯାହାର ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଦୁହେଁ ପ୍ରଫେସନାଲ ଡ୍ଯାନ୍ସର ଅନ୍ଦାଜରେ ନଜର ଆସିଛନ୍ତି।

 

View this post on Instagram

 

A post shared by Isabelle Kaif (@isakaif)

ଏବେ ଫିଲ୍ମର ଦୁଇଟି ପୋଷ୍ଟର ଏକାସାଥିରେ ରିଲିଜ ହୋଇଛି। ଫିଲ୍ମଟି ମାର୍ଚ୍ଚ ୧୨ ତାରିଖରେ ରିଲିଜ ହେବ। ଯାହାର ନିର୍ଦ୍ଦେଶନା ଷ୍ଟେନଲୀ ଡିକୋଷ୍ଟା କରୁଛନ୍ତି। ଏବେ ଇସାବେଲ ଫିଲ୍ମ ‘ସୁସ୍ବାଗତମ ଖୁଶାମଦିଦ’ର ସୁଟିଂରେ ବ୍ଯସ୍ତ ରହିଛନ୍ତି। ଏଥିରେ ସେ ପୁଲକିତ ସମ୍ରାଟଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.