ମଞ୍ଚ ଉପରେ କବିତା ପଢ଼ୁଥିଲେ କବି, ହାର୍ଟ ଆଟାକ୍‌ରେ ଚାଲିଗଲା ପ୍ରାଣ

ଉତ୍ତରାଖଣ୍ଡର ଉଧମ ସିଂ ନଗରରେ କବିତା ପାଠ କରୁଥିବା ବେଳେ ଜଣେ କବିଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି । ଏହି ପୂରା ଘଟଣା ସାମ୍ନାରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନରେ ରେକର୍ଡ ହୋଇଛି ।

ଦିନକୁ ଦିନ ବଢ଼ୁଥିବା ହାର୍ଟ ଆଟାକ୍‌ ମାମଲା ଲୋକଙ୍କୁ ଡରେଇ ରଖିଛି । ଏମିତି ଅନେକ ମାମଲା ଏବଂ ଏହାସହ ଜଡ଼ିତ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏବେ ଉତ୍ତରାଖଣ୍ଡର ଉଧମ ସିଂ ନଗରରେ ଏଭଳି ଏକ ଘଟଣା ଘଟିଛି । ଏଠାରେ କବିତା ପାଠ କରୁଥିବା ବେଳେ ଜଣେ କବିଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି । ଏହି ପୂରା ଘଟଣା ସାମ୍ନାରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନରେ ରେକର୍ଡ ହୋଇଛି ।

ସୂଚନା ରହିଛି, ଉଧମ ସିଂ ନଗରରେ ଥିବା ପନ୍ତନଗର କୃଷି ବିଶ୍ୱବିଦ୍ୟାଳୟର ସଭାଗାରରେ କାବ୍ୟ ମହୋତ୍ସବ ଚାଲିଥିଲା । ଭାରତୀୟ ବୀର ଯବାନମାନଙ୍କ ସମ୍ମାନରେ ରାଷ୍ଟ୍ରୀୟ ସ୍ୱୟଂ ସୁରକ୍ଷା ଅଭିଯାନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅନେକ କବି ଭାଗ ନେଇଥିଲେ ।

ଏହି କ୍ରମରେ ପନ୍ତନଗର ନିବାସୀ ସୁଭାଷ ଚତୁର୍ବେଦୀ କାବ୍ୟ ପାଠ କରୁଥିଲେ । କିଛି ପଙ୍କକ୍ତି ପଢ଼ିବା ପରେ କବି ଜଣକ ହଠାତ୍‌ ପଛକୁ ପଡ଼ି ଯାଇଥିଲେ । ଏହି ସମୟରେ ଆୟୋଜକମାନେ ତୁରନ୍ତ ତାଙ୍କୁ ବିଶ୍ୱବିଦ୍ୟାଳୟର ଚିକିତ୍ସାଳୟ ନେଇଯାଇଥିଲେ । ଏଠାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ରେଫର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ମୃତଦେହକୁ କବିଙ୍କ ପୈତୃକ ଘର ୟୁପିର ମଥୁରା ନେଇଛନ୍ତି । ସୁଭାଷ ଚତୁର୍ବେଦୀଙ୍କୁ ୧୯୭୪ରେ ପନ୍ତନଗର ବିଶ୍ୱବିଦ୍ୟାଳୟରେ ସହାୟକ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.