ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଛି ବାୟୁ ପ୍ରଦୂଷଣ, ଏବେ ସ୍କୁଲରେ ମାସ୍କ ବାଣ୍ଟିବେ ସରକାର

ଶୀତ ଋତୁର ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ-ଏନ୍‌ସିଆର୍‌ର ଜଳବାୟୁ ମଧ୍ୟ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ଚାଷ ପରେ ଅବଶିଷ୍ଟାଂଶ ପୋଡ଼ା ଯାଉଥିବାରୁ ନିର୍ଗତ ଧୂଆଁ ଏନ୍‌ସିଆର୍‌ର ବାୟୁକୁ ବିଷାକ୍ତ କରିଦେଇଛି। ବର୍ତ୍ତମାନ ଗାଜିଆବାଦରେ ଏକ୍ୟୁଆଇ ୪୭୮ ରହିଥିବା ଜଣାଯାଇଛି। ଫଳରେ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି ଭାରତର ରାଜଧାନୀ।

ତେବେ ଏଭଳି ସ୍ଥିତିରେ ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଅବସ୍ଥାକୁ ଦୃଷ୍ଟିରେ ରଖି ପିଲାଙ୍କୁ ବିନା ମାସ୍କରେ ସ୍କୁଲ ନ ପଠାଇବାକୁ ସରକାର ଅଭିଭାବକଙ୍କୁ କହିଛନ୍ତି। ଅନ୍ୟପଟେ, ଦିଲ୍ଲୀ ସରକାର ମଧ୍ୟ ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ୫୦ ଲକ୍ଷ ମାସ୍କ ବାଣ୍ଟିବାକୁ ଘୋଷଣା କରିଛନ୍ତି।

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ରାଜ୍ୟରେ ପ୍ରଦୂଷଣର ସ୍ଥିତି ଗମ୍ଭୀର ରହିଛି। ଆବଶ୍ୟକ ପଡ଼ିଲେ ସ୍କୁଲକୁ ଛୁଟି ମଧ୍ୟ କରାଯିବ। ବର୍ତ୍ତମାନ ଏନ୍‌ସିଆର୍‌ର ୫ଟି ସହରରେ ପ୍ରଦୂଷଣର ମାତ୍ରା ଉଦ୍‌ବେଗଜନକ ରହିଛି। ଆଜି ମଧ୍ୟ ଏଥିରୁ ମୁକ୍ତି ପାଇବାର ସମ୍ଭାବନା ନଜର ଆସୁନାହିଁ। ତେବେ ଶୁକ୍ରବାର ଠାରୁ ସମସ୍ତ ସ୍କୁଲରେ ମାସ୍କ ବଣ୍ଟା କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି। ସପ୍ତାହେ ମଧ୍ୟରେ ସମସ୍ତଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି।

ଏହାସହ ପଢ଼ନ୍ତୁ: ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଛନ୍ତି ମହିଳା, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍‌

ଅନ୍ୟପଟେ ବାୟୁ ପ୍ରଦୂଷଣର ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ମିରଠରେ ଚାଲିଥିବା ନିର୍ମାଣାଧୀନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ନଭେମ୍ବର ୨ ଏବଂ ମିରଠରେ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଦିଲ୍ଲୀରେ ସନ୍ଧ୍ୟା ୬ଟା ପୂର୍ବରୁ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Leave A Reply

Your email address will not be published.