Below header

୧୪ବର୍ଷ ପୂର୍ବରୁ ଜଳି ମାରିଯାଇଥିଲେ ମହିଳା, ତାପରେ ଯାହା ହେଲା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଜାଣିଛେ ମରିଯାଇଥିବା ମଣିଷ କେବେ ଫେରି ଆସନ୍ତିନି। ଏହା କେବଳ ଫିଲ୍ମରେ ହିଁ ସମ୍ଭବ ହୋଇପାରେ ପ୍ରକୃତରେ ନୁହେଁ କିନ୍ତୁ ଗୁଜୁରାଟରେ ଘଟିଛି ଏପରି ଏକ ଘଟଣା ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ। ୧୪ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଏକ ମହିଳାଙ୍କୁ ଜୀବିତ ଅବସ୍ଥାରେ ଧରିଛି ପୋଲିସ। ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି। ଏହି ଘଟଣାଟି ଗୁଜୁରାଟ ପୋଲିସ ଆଖିରୁ ନିଦ ହଜାଇ ଦେଇଛି।

ସୂଚନା ଅନୁଯାୟୀ ପ୍ରକାଶ ଅମୃତଭାଇ ପାଞ୍ଚାଳ ନାମକ ଏକ ବ୍ୟକ୍ତିଙ୍କର ୧୭ବର୍ଷ ପୂର୍ବେ ଭିଖୀବେନଙ୍କ ସହିତ ବିବାହ ହୋଇଥିଲା। କିଛିଦିନ ପରେ ଭିଖୀବେନଙ୍କର ଅନ୍ୟ ଜଣେ ବ୍ୟକ୍ତି ବିଯୁଭା ରାଠୋଡ଼ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ସେ ପ୍ରକାଶଙ୍କ ଠୁ ଅଲଗା ହୋଇଯାଇଥିଲେ। ସମସ୍ତେ ଗୋଟିଏ ଗ୍ରାମରେ ବାସ କରୁଥିଲେ। ଭିଖୀବେନ ପ୍ରଥମେ ପ୍ରକାଶଙ୍କୁ ବିଵାହ କରିସାରିଥିବାର ହେତୁ ବିଯୁଭା ମହିଳା ଜଣକୁ ପୁଣିଥରେ ବିବାହ କରିପାରୁ ନଥିଲା। ଭିଖୀବେନଙ୍କର ଏକ ପୁଅ ମଧ୍ୟ ଥିଲା ଏହି କାରଣରୁ ନିଜ ପ୍ରେମକୁ ଲୁଚାଇବା ପାଇଁ ବିଯୁଭା ଓ ଭିଖୀବେନ ଦୁଇଜଣ ମିଶି ଏକ ପ୍ଲାନ ପ୍ରସ୍ତୁତ କରିଥିଲେ।

ଘଟଣା ଅନୁଯାୟୀ ୨୦୦୫ମସିହା ଫେବୃୟାରୀ ୬ ତାରିଖ ଦିନ ପ୍ରକାଶ ଓ ଭିଖୀବେନଙ୍କମଧ୍ୟରେ କୌଣସି ଏକ କାରଣରୁ ଝଗଡା ହୋଇଥିଲା। ଝଗଡା ପରେ ଭିଖୀବେନ ନିଜ ରୁମକୁ ଶୋଇବାକୁ ଚାଲିଯାଇଥିଲେ କିନ୍ତୁ କିଛି ସମୟ ପରେ ଭିଖୀବେନ ତାଙ୍କ ରୁମରେ ମିଳିନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେ ମିଳିନଥିଲେ ଏହି ପ୍ରକାରେ ଘର ପଛପଟୁ ଏକ ମହିଳାଙ୍କ ଶବ ମିଳିଥିଲା କିନ୍ତୁ ପରିବାରଲୋକ ସେହି ଶବକୁ ଚିହ୍ନି ପାରିନଥିଲେ। ମୃତ ମହିଳାଙ୍କ ଶବ ଉପରେ ଭିଖୀବେନଙ୍କ ଲୁଗା ଦେଖିଲା ପରେ ସମସ୍ତଙ୍କୁ ଲାଗିଥିଲା କି ଭିଖୀବେନ ନିଜ ଦେହରେ ନିଆଁ ଲଗାଇ ଅତ୍ମହତ୍ୟା କରିଛନ୍ତି। ପୋଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଥିଲା।

୧୪ବର୍ଷ ପରେ ପୁଣି ଜୀବିତ ଅବସ୍ଥାରେ ମିଳିଥିଲେ ଭିଖୀବେନ। ସୂଚନା ଅନୁଯାୟୀ ପ୍ରକାଶ ପାଞ୍ଚାଳଙ୍କ ଜଣେ ବନ୍ଧୁ କିଛି କାମରେ ଗୁଜରାଟର ମେହସାନା ଯାଇଥିଲେ ସେଠାରେ ସେ ୧୪ବର୍ଷ ପରେ ଭିଖୀବେନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ତାଙ୍କ ବନ୍ଧୁ ଭିଖୀବେନଙ୍କ ବିଷୟରେ ପଚରାଉଚୁରା କରିଥିଲେ ସେଠାରୁ ସେ ଜାଣିବାକୁ ପାଇଥିଲେ ଯେ ସେ ବିଯୁଭାଙ୍କୁ ବିବାହ କରି ନିଜର ପରିଚୟ ଲୁଚାଇବା ସେଠାରେ ରହୁଛନ୍ତି। ଏହି ଘଟଣା ପୋଲିସକୁ ଦିଆଯାଇଥିଲା

ପଚରାଉଚୁରା ପରେ ଭିଖୀବେନ କହିଥିଲେ ଯେ, ସେ ବିଯୁଭା ଏବଂ ତାର ଏକ ବନ୍ଧୁ ସହିତ ମିଶି ଲୁଚି ପଳାଇବା ପାଇଁ ବ୍ୟବସ୍ଥା କରିଥିଲେ। ସେଥିପାଇଁ ବିଯୁଭା ଏବଂ ତାର ବନ୍ଧୁ ଜଣେ ମାନସିକ ବିକୃତି ଥିବା ମହିଳାଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିଥିଲେ। ଏହି ପ୍ରକାରେ ମୃତ ମହିଳାଙ୍କୁ ଭିଖୀବେନ ନିଜର ଲୁଗା ପିନ୍ଧାଇ ତା ଉପରେ ନିଆଁ ଲଗାଇ ଦେଇଥିଲେ ଯେପରି ଲୋକ ତାଙ୍କୁ ଚିହ୍ନି ନପାରିବେ। ପୋଲିସ ଏହି ମାମଲାରେ ଭିଖୀବେନ, ବିଯୁଭା ଏବଂ ତାଙ୍କ ବନ୍ଧୁକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.