Below header

ସବୁ ଝିଅଙ୍କ ଆଲମିରାରେ ଥିବା ଦରକାର ଏହି ୫ଟି ଜିନିଷ, ନ ହେଲେ ରହିଯିବେ ବହୁ ପଛରେ

ଆପଣଙ୍କ ପାଖରେ ଅନେକ ଫ୍ୟାଶନେବୁଲ୍ ଡ୍ରେସ ଥାଉ ନା କାହିଁକି, ପ୍ରତିଦିନ ସକାଳେ ହଠାତ୍ ଆପଣ ଭାବିପାରିବେନି ଆଜି କ’ଣ ପିନ୍ଧିବେ। ଏଭଳି ସମସ୍ୟା ପ୍ରାୟ ସବୁ ଝିଅଙ୍କଠାରେ ଦେଖିବାକୁ ମିଳେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବାକୁ ଯାଉଛୁ, ଯଦ୍ଦ୍ବାରା ଆପଣଙ୍କ ପ୍ରତିଦିନର ଡ୍ରେସ ଚୟନ ସମସ୍ୟା ସାମାନ୍ୟ ଦୂର ହୋଇପାରିବ। ଏଥିପାଇଁ ଆପଣଙ୍କୁ ବାସ୍ ଟିକେ ସ୍ମାର୍ଟନେଶ୍ ଦେଖେଇବାକୁ ପଡ଼ିବ। ଆଉ ଆଲମିରାରେ ଖାସ୍ ଡ୍ରେସ୍ ସାମିଲ କରିବାକୁ ପଡ଼ିବ।

jeans jeans

ଡାର୍କ ବ୍ଲ ଏବଂ ବ୍ଲାକ୍ ଜିନ୍ସ
ଝିଅମାନଙ୍କ ଆଲମିରାରେ ଏକ ଡାର୍କ ବ୍ଲ ଜିନ୍ସ ରହିବା ବାଧ୍ୟତାମୂଳକ। କାହିଁକି ନା ଏହା କେବେ ବି ଫ୍ୟାଶନରୁ ଆଉଟ୍ ହୋଇ ନ ଥାଏ। ଯେତେବେଳେ ଆପଣ କନଫ୍ୟୁଜ ଥିବେ, ସେତେବେଳେ କୌଣସି ଟି-ଶାର୍ଟ, ଶାର୍ଟ କିମ୍ବା କୁର୍ତ୍ତି ସହ ଟିମ୍ ଅପ୍ କରି ପିନ୍ଧିପାରିବେ। ଆପଣଙ୍କୁ କହି ରଖୁଛୁ, ଆଜିକାଲି ବୁଟ୍ କଟ୍ ଜିନ୍ସ ପୁଣି ଟ୍ରେଣ୍ଡ କରୁଛି। ଏହି ସମୟରେ ନ୍ୟାରୋ ଫିଟ୍ ଜିନ୍ସକୁ ଦୂରରେ ରଖନ୍ତୁ।

black jeans

ବ୍ଲାକ୍ ଲେଗିନ୍ସ
ଆପଣଙ୍କ ଆଲମିରାରେ ବ୍ଲାକ୍ ଲେଗିନ୍ସକୁ ସ୍ଥାନ ଦିଅନ୍ତୁ। ଏହାକୁ ଆପଣ କୁର୍ତ୍ତି, ଲଙ୍ଗ୍ ଟପ୍, ଲଙ୍ଗ୍ ଟି-ଶାର୍ଟ କିମ୍ବା ସ୍କଟ ଟପ୍ ସାଥୀରେ ପିନ୍ଧିପାରିବେ। ଏଥିପାଇଁ ଲେଗିନ୍ସ ହିଁ ବେଷ୍ଟ ଅପଶନ। ଏହାକୁ ଆପଣ ଯାତ୍ରା ସମୟରେ କିମ୍ବା ଚାଲିବା ସମୟରେ ପିନ୍ଧିପାରିବେ। ଯଦି ଲେଗିନ୍ସ ପିନ୍ଧିବା କଥା ଭାବୁଥାଆନ୍ତି, ତା’ହେଲେ ହିପ୍ କଭରିଙ୍ଗ୍ ଟପ ସହିତ ହିଁ ପିନ୍ଧନ୍ତୁ।

ଏହାସହ ପଢ଼ନ୍ତୁ: ବିବାହ ପରେ ସାଥୀଙ୍କ କାନରେ କୁହନ୍ତୁ ଏହି କଥା, ବଢ଼ିଯିବ ପ୍ରେମ

tight jeans

ହ୍ବାଇଟ୍ ଶାର୍ଟ
ଗୋଟିଏ ପ୍ରକାର ଲୁକରେ ଲୋକେ ବିରକ୍ତ ହୋଇଯାଆନ୍ତି। ଯେଉଁ କାରଣରୁ ସେମାନେ ତାଙ୍କ ଡ୍ରେସକୁ ଅବହେଳା କରିଥାଆନ୍ତି। ତେଣୁ ପରବର୍ତ୍ତନ ପାଇଁ ଆପଣ ଆଲମିରାରେ ଏକ ଧଳା ଶାର୍ଟ ଯେମିତି ହେଲେ ସାମିଲ କରନ୍ତୁ। ଏହାକୁ ଆପଣ ଅଲଗା ଅଲଗା ବଟମ୍ ୱେର ସହ ପିନ୍ଧି ସବୁ ସମୟରେ ଭିନ୍ନ ଲୁକ୍ ଆପଣାଇ ପାରିବେ। ହ୍ବାଇଟ୍ ଶାର୍ଟକୁ ଆପଣ ପ୍ୟାଣ୍ଟ, ଜିନ୍ସ, ପଲାଜୋ ଏବଂ ସ୍କର୍ଟ ସାଥୀରେ କ୍ୟାରି କରିପାରିବେ।

denim jeans

ଡେନିମ୍ ଜ୍ୟାକେଟ
ସବୁ ଶୀତ ଋତୁରେ ଜ୍ୟାକେଟର ଟ୍ରେଣ୍ଡ ବଦଳିଥାଏ। କିନ୍ତୁ ଡେନିମ୍ ଜ୍ୟାକେଟ କେବେ ବି ଆଉଟ୍ ଅଫ୍ ଫ୍ୟାଶନ ହୋଇ ନ ଥାଏ। ଆପଣ ଏହାକୁ ରେଗୁଲାର ଟି-ଶାର୍ଟ, ପ୍ଲେନ୍ ଟପ୍, ମ୍ୟାକ୍ସି ଡ୍ରେସ୍ ଏବଂ ଶର୍ଟ ଡ୍ରେସ୍ ସହ କ୍ୟାରି କରିପାରିବେ। ଏହା ଆପଣଙ୍କୁ ଏକ ପରଫେକ୍ଟ, କାଜୁଆଲ ଏବଂ ସ୍ମାର୍ଟ ଲୁକ୍ ଦେଇଥାଏ।

blazer blazer

ବ୍ଲେଜର
ଶୁଣିବାରେ ହୁଏତ ବୋରିଂ ଲାଗିପାରେ, କିନ୍ତୁ ଯେବେ ଆପଣଙ୍କୁ କୌଣସି ଫର୍ମାଲରେ ଯିବାକୁ ହେବ, ତା’ହେଲେ ଏହା ଏକଦମ୍ ସ୍ମାର୍ଟ ଲୁକ୍ ଦେବ। ଏହାକୁ ବି ଆପଣ ଆଲମିରାରେ ରଖିପାରିବେ। କିନ୍ତୁ ନିଶ୍ଚିତ ଧ୍ୟାନ ଦେବେ ଯେ ବ୍ଲେଜର ଆପଣଙ୍କୁ ପୂରାପୂରି ଫିଟ୍ ହେବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.