ମାନସିକ ଚିନ୍ତା ଦୂର କରିବାକୁ ପୋଲିସ କର୍ମୀ କଲେ ଜୁମ୍ବା, ଆପଣ ବି ଦେଖନ୍ତୁ ଭାଇରାଲ ଭିଡିଓ
ଡ୍ୟୁଟି ବେଳେ ପୋଲିସ ମାନେ ଅତ୍ୟଧିକ ଚିନ୍ତାରେ ରହିଥାନ୍ତି। କିନ୍ତୁ ଆମେ ସେମାନଙ୍କ ପ୍ରକୃତ ସମସ୍ୟାକୁ ଏତେଟା ହୃଦୟଙ୍ଗମ କରିପାରିନଥାଉ, ଏଣୁ ଭାବୁ ଯେ ସେମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି। ମାତ୍ର ଅଧିକ ଚିନ୍ତାରେ ରହିବା କାରଣରୁ ପୋଲିସମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ଏଣୁ ଡ୍ୟୁଟି ମଝିରେ କିଛି ନା କିଛି ଏଭଳି କାମ କରିବା ଉଚିତ ଯାହା ଦ୍ୱାରା ସେମାନଙ୍କ ମୁଣ୍ଡ ସ୍ଥିର ଓ ମନ ପ୍ରଫୁଲ୍ଲିତ ରହିବ। ଏହି କଥାକୁ ଧ୍ୟାନରେ ରଖି ନିକଟରେ ବେଙ୍ଗାଲୁରୁ ପୋଲିସ ଅଧିକାରୀଙ୍କ ଲାଗି ଜୁମ୍ବା କ୍ଲାସ୍ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଖାସ୍ କରି ପୋଲିସ କର୍ମୀଙ୍କ ଷ୍ଟ୍ରେସ୍ ଦୂର କରିବାକୁ ଆୟୋଜିତ ହୋଇଥିଲା।
Rhythmic stress buster – Zumba program for Police personnel of North-East Division.#ನಮ್_ಪವರ್ 🎵🎶🎵🎶 pic.twitter.com/UaQGYzjQZn
— BengaluruCityPolice (@BlrCityPolice) February 20, 2020
ଏହି ଜୁମ୍ବା କ୍ଲାସ୍ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ପ୍ରଥମରୁ ପୋଲିସ କର୍ମୀ ପୁଶଅପ୍ କରୁଛନ୍ତି। ପରେ ସେମାନେ ଗୋଟିଏ ଧାଡ଼ିରେ ଠିଆ ହୋଇ ଇନ୍ଷ୍ଟ୍ରକଟରଙ୍କ କହିବାନୁସାରେ ଡ୍ୟାନ୍ସ କରୁଛନ୍ତି। ସୂଚନାଯୋଗ୍ୟ ଯେ ଏହି ଜୁମ୍ବା କ୍ଲାସରେ ୭୫୦ ରୁ ଊର୍ଦ୍ଧ୍ୱ ପୋଲିସ କର୍ମୀ ଉପସ୍ଥିତ ଥିଲେ।
Fantastic! It’s important to keep healthy the Body Mind & Soul of our Police, given the stressful nature of duties they perform. Very good.
— CHANNABASAVESWARA GS (@cgshivangi) February 20, 2020
ବେଙ୍ଗାଲୁରୁ ପୋଲିସ ପକ୍ଷରୁ ପୋଲିସ କର୍ମୀଙ୍କ ଚିନ୍ତା ଦୂର କରିବାକୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଏଭଳି କାର୍ଯ୍ୟକ୍ରମକୁ ବାରମ୍ବାର ଆୟୋଜନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।
Excellent initiative took by dept to the staff. Leading a stressful life the cops badly need such stuffs to live some cheerful moments atleast twice a month.
— vadiraj (@Iamvadiraj) February 20, 2020
Shouldn’t be one day, one time activity in year….Hope once in month, based on rotation each of the policeman get the opportunity…This will not only good for there physical strength but also mentally relaxing in hectic work..
— ರವಿಕಿರಣ ಕಾಡಣ್ಣವರ,Ravikiran K (@Ravikiranck) February 20, 2020
The police need to loosen up and groove a bit to become better humans. Stress buster it definetly is… for these officers and constables working 16 hour shifts in rain and shine! Good intiative at @CPBlr @DCPNEBCP time to roll out across the force! May the Force be with you 😊
— Anand Mathews (@anandmathews) February 21, 2020
ସୂଚନାଯୋଗ୍ୟ ଯେ ମାନସିକ ଚିନ୍ତା, ଅବସାଦ ଦୂର କରିବା ସହ ମୁଡ୍କୁ ଭଲ କରିବାକୁ ତଥା ଏନର୍ଜି ଲେବଲ ବଢ଼ାଇବା ପାଇଁ ଜୁମ୍ବା ଏକ ଉତ୍ତମ ଉପାୟ। ଏଣୁ ଦେଶର ସମସ୍ତ ପୋଲିସ କର୍ମୀଙ୍କ ମୁଡ୍ ପାଇଁ ଏଭଳି କାର୍ଯ୍ୟକ୍ରମ ଖୁବ୍ ଉପଯୋଗୀ ବୋଲି ଲୋକେ ମତ ଦେଇଛନ୍ତି।