କାର୍‌ ଭିତରେ ବସିଥିଲେ ଓ୍ଵାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଉଭଣୀ, କ୍ରେନ ସାହାଯ୍ୟରେ ଉଠାଇନେଲା ପୋଲିସ: ଦେଖନ୍ତୁ ଭିଡିଓ

ତେଲେଙ୍ଗାନା ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ଵାଇଏସ୍‌ ଶର୍ମିଲାଙ୍କ କାରକୁ କ୍ରେନ ସାହାଯ୍ୟରେ ଉଠାଇନେଲା ପୋଲିସ ।ଆଉ ଏହି ସମୟରେ ଜଗନ ମୋହନଙ୍କ ଭଉଣୀ ସେହି କାର ଭିତରେ ବସିଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି।

ଶର୍ମିଲାଙ୍କ ଓ୍ଵାଇଏସଆର ତେଲେଙ୍ଗାନା ପାର୍ଟି କେ. ଚନ୍ଦ୍ରଶେଖର ରାଓ ସରକାରଙ୍କ ବିପକ୍ଷରେ ପଦଯାତ୍ରା ଆରମ୍ଭ କରିଥିଲେ। ଆଉ ଏହାକୁ ନେଇ ବାରଙ୍ଗଲରେ ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହିତ ଆନ୍ଦୋଳନ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ତା’ ପରେ ଯେତେବେଳେ ପୋଲିସ କ୍ରେସ ସାହାଯ୍ୟରେ କାରକୁ ନେଇ ଉଠାଇଥିଲା, ସେତେବେଳେ ଏହା ଭିତରେ ଓ୍ଵାଇଏସ ଶର୍ମିଲା ଭିତରେ ବସିଥିବା ନଜର ଆସିଥିଲେ । ସେ ନିଜ ଗାଡିରୁ ବାହାରିନଥିଲେ।

ଦେଖନ୍ତୁ ଭିଡିଓ :

ସୂଚନାଯୋଗ୍ୟ, ଓ୍ଵାଇଏସ୍‌ ଶର୍ମିଲା ପୂର୍ବରୁ ଅନେକ ବିବାଦରେ ଫସିଛନ୍ତି। ରେଡ୍ଡୀ ଲଗାତାର ମୁଖ୍ୟମନ୍ତ୍ରୀ କେସିଆର ବିପକ୍ଷରେ ବିରୋଧ କରୁଥିବାର ନଜର ଆସିଛନ୍ତି। ଏଥିର ମଧ୍ୟ ବିରୋଧ ପାଇଁ ବାହାରିଥିଲେ କିନ୍ତୁ ମଝି ରାସ୍ତାରେ ତାଙ୍କୁ ପୋଲିସ ରୋକି ଥିଲା।