ମହିଳାଙ୍କୁ ଘୋଷାଡି ଘୋଷାଡି ନେଇଗଲା ମଦୁଆ ପୋଲିସବାବୁଙ୍କ ଗାଡି, କ୍ୟାମେରାରେ କଏଦ ହେଲା ଛାତି ଥରା ଭିଡିଓ

ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଦିଲ୍ଲୀର ଚିଲ୍ଲା ଗାଁ ପାଖରେ ଶୁକ୍ରବାର ଏକ ଛାତିଥରାଇ ଦେବା ଭଳି ସଡକ ଦୁର୍ଘଟଣା ହୋଇଛି। ଯାହା ଚାରିଆଡେ ଚହଳ ସୃଷ୍ଟି କରିଛି।ମଦ ନିଶାରେ ଚୁର୍‌ ହୋଇ ଜଣେ ପୋଲିସକର୍ମୀ ଅତି ନିର୍ମମ ଭାବେ ମହିଳାଙ୍କୁ ମାରିଲେ ଧକ୍କା। ଥରେ ନୁହେଁ ପୁଣି ଦୁଇ ଦୁଇ ଥର। ଛାତି ଥରାଇ ଦେଉଥିବା ଏହି ଘଟଣା ହେଉଛି ଦିଲ୍ଲୀ ଚିଲ୍ଲା ଗାଁର।

carଏଠାରେ ଏବେ ଏହି ଘଟଣା ସମସ୍ତଙ୍କୁ ଥରାଇ ଦେଇଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଗୋଟେ ଧଳା ରଙ୍ଗର କାର ରାସ୍ତାରେ ଯାଉଥିବା ମହିଳାଙ୍କୁ ପ୍ରଥମେ ଜୋରଦାର ଧକ୍କାଦେଲା। ଯାହାପରେ ସେଠାରେ ଲୋକମାନେ ରୁଣ୍ଡ ହୋଇଗଲେ। ଯାହାକୁ ଦେଖି ପୋଲିସବାବୁ ଜଣଙ୍କ ଡରିଗଲେ। ଯେଉଁକାରଣରୁ ଧକ୍କା ଖାଇଥିବା ମହିଳା ଉଠିବାକୁ ଚେଷ୍ଟା କରୁଥିବାବେଳେ ପୁଣି ଥରେ ଅତି ନିର୍ମମ ଭାବେ ଧକ୍କା ଦେଇ ଘୋଷାଡି ନେଇଗଲେ ପୋଲିସ ବାବୁ।

ଯାହାପରେ କିଛି ସମୟ ଘୋଷାଡି ହୋଇ ଗଲାପରେ ମହିଳା ଜଣଙ୍କ ରାସ୍ତା ଉପରେ ପଡିଗଲେ। ଏହାପରେ ସେଠାରେ ଥିବା ଲୋକମାନେ ମହିଳାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଇଛନ୍ତି। ତେବେ ଏହି ଘଟଣାରେ ଯାଞ୍ଚ କରୁଥିବା ପୋଲିସ ଜଣାଇଛନ୍ତି ଯେ ଅଭିଯୁକ୍ତ ପୋଲିସ ସବଇନପେକ୍ଟରଙ୍କର ପରିଚୟ ମିଳିସାରିଥିବାବେଳେ ସେ ଗିରଫ ମଧ୍ୟ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.