ଘରେ ଭୁଲିଯାଇଥିଲେ ଜନ୍ମଦିନ ସେଥିପାଇଁ ଯୁବକ କଲେ ଏପରି କାମ ବାଧ୍ୟହୋଇ ରାସ୍ତା ଉପରେ ଜନ୍ମଦିନ ମନାଇଲେ ଟ୍ରାଫିକ୍ ପୋଲିସ, ଦେଖନ୍ତୁ ଭିଡିଓ

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଅତି ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ପୋଲିସ୍ ଅଫିସରଙ୍କ ସହିତ ଜଣେ ଟିନଏଜର ଯୁବକକୁ ଦେଖିବାକୁ ମିଳିଛି । ହୃଦୟକୁ ଛୁଇଁ ଯାଉଥିବା ଏହି ଭିଡ଼ିଓକୁ ଦେଖିବା ମାତ୍ରେ ଆପଣଙ୍କ ଆଖି ମଧ୍ଯ ଲୁହରେ ଭରିଯିବ । ଜଣେ ଫେସବୁକ ୟୁଜର ଏହି ଭିଡ଼ିଓକୁ ସେୟାର କରିଥିଲେ । ୨୭ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତା ଉପରେ ବସିଥିବା ଜଣେ ଯୁବକଙ୍କ ଆଡକୁ ପୋଲିସ୍ ଅଫିସର ଜଣକ ଆଗେଇ ଚାଲିଛନ୍ତି ଓ ଅଫିସରଙ୍କ ହାତରେ ରହିଛି ଏକ କେକ୍ଏ । ହାପରେ କିଶୋର ଜଣକ ଠିଆହୋଇ କେକ୍ ଉପରେ ଜଳୁଥିବା ମହମବତୀ ଗୁଡିକ ଫୁଙ୍କି ଲିଭାଉଛନ୍ତି ଆଉ ତାପରେ ପୋଲିସକୁ ଧନ୍ୟବାଦ ଜଣାଇବାକୁ ଯାଇ ତାଙ୍କ ଆଗରେ ହାତ ଯୋଡୁଛନ୍ତି ।

ସୂଚନା ଅନୁଯାୟୀ ଥାଇଲାଣ୍ଡ ପୋଲିସ ରାତିରେ ଜଣେ ଯୁବକକୁ ଦ୍ରୁତ ଗତିରେ ଗାଡି ଚଳାଉଥିବା ନେଇ ଅଟକାଇଥିଲେ । ଯୁବକଙ୍କୁ ପଚରାଉଚୁରା ପରେ ସେ କହିଥିଲେ ଯେ ସେ ବହୁତ୍ ରାଗିକି ଅଛନ୍ତି ସେଥିପାଇଁ ସେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି । ଯୁବକ ଜଣକ ଏଥିପାଇଁ ବହୁତ୍ ଜୋରସେ ରାଗି ଯାଇଥିଲେ କାରଣ ତାଙ୍କ ପରିବାର ତାଙ୍କ ଜନ୍ମଦିନ ଭୁଲି ଯାଇଥିଲେ । ଯେଉଁଥିପାଇଁ ସେ ରାତିରେ ଘରୁ ବାହାରି ଆସିଥିଲେ । ଯୁବକଙ୍କ ରାଗ ଥଣ୍ଡା କରିବାକୁ ଯାଇ ପୋଲିସ୍ ଅଫିସର ରାସ୍ତା ଉପରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ । ଏହି ଭିଡ଼ିଓଟିକୁ ଲୋକମାନେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.