ପଞ୍ଜାବ ଗୁରୁଦ୍ୱାରରେ ଗୋଷ୍ଠୀ ସଂଘର୍ଷ ଏବଂ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀ ମୃତ ଏବଂ ୩ ଆହତ

ପଞ୍ଜାବ କପୁରଥଲାର ଗୁରୁଦ୍ୱାରରେ ନିହାଙ୍ଗ ଶିଖ୍‌ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ଏଠାରେ ନିହାଙ୍ଗ ଶିଖ୍‌ ଆଖିବୁଜା ଗୁଳିଚାଳନା କରିଥିଲେ ।

ପଞ୍ଜାବ କପୁରଥଲାର ଗୁରୁଦ୍ୱାରରେ ନିହାଙ୍ଗ ଶିଖ୍‌ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ଗୁରୁଦ୍ୱାର ଅକଲପୁର ବୁଙ୍ଗା ମଧ୍ୟକୁ ପଶି କିଛି ନିହାଙ୍ଗ ଗୋଷ୍ଠୀ ଅବରୋଧ କରିବାକୁ ଉଦ୍ୟମ କରୁଥିବା ବେଳେ ଧସ୍ତାଧସ୍ତି ହୋଇଥିଲା।

ଖବର ମୁତାବକ, ପ୍ରାୟ ତିନି ଡଜନ ନିହାଙ୍ଗ ହଠାତ୍ ଗୁରୁଦ୍ୱାର ଅକଲପୁର ବୁଙ୍ଗା ଭିତରକୁ ପ୍ରବେଶ କରିଥିଲେ । ସେମାନେ ଗୁରୁଦ୍ୱାର ପରିସରକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ପ୍ରତିବାଦ କରିଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିବାରୁ କିଛି ପୋଲିସ କର୍ମୀ ଜାଗାକୁ ଖାଲି କରିବାକୁ ଯାଇଥିଲେ । ହେଲେ ଏଠାରେ ନିହାଙ୍ଗ ଶିଖ୍‌ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଜଣେ ପୋଲିସ ଅଧିକାରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।

ତେବେ ଏବେ ବି ଅନେକ ନିହାଙ୍ଗ ଗୁରୁଦ୍ୱାରରେ ରହିଥିବା ଖବର ମିଳିଛି । ଏମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି । ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଛି ।

କପୁରଥାଲା ପୋଲିସ ଅଧୀକ୍ଷକ ତେଜବୀର ସିଂ ହୁଣ୍ଡାଲ କହିଛନ୍ତି, ନିହାଙ୍ଗ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଅଧିକାରୀ କହିଛନ୍ତି ଯେ, ଗୁଳି ବିନିମୟରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଭିଯୁକ୍ତ ବାହାରେ ପାର୍କିଂ ହୋଇଥିବା ଗାଡିଗୁଡିକୁ ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ସିସିଟିଭି ଚୋରି କରି ପଳାଇ ଯାଇଥିଲେ। ସେ କହିଛନ୍ତି ଯେ, ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ସଂଖ୍ୟାରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହାପୂର୍ବରୁ ୨୦୨୦ ମସିହାରେ ନିହାଙ୍ଗ ବିରୋଧୀମାନେ ପଟିଆଲାରେ ଜଣେ ପୋଲିସ କର୍ମଚାରୀଙ୍କ ହାତ କାଟି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.