SBI ରେ ମ୍ୟାନେଜର ପଦବୀ ଖାଲି, ବିନା ପରୀକ୍ଷାରେ ମିଳିବ ଚାକିରି

ଗ୍ରାଜୁଏସନ କରିଥିଲେ ବିନା ପରୀକ୍ଷାରେ ମିଳିବ ବ୍ୟାଙ୍କ ଚାକିରି । SBI ରେ ମ୍ୟାନେଜର ପଦବୀ ପାଇଁ ଆବେଦନ କରନ୍ତୁ । ଏଥିରେ ଆବେଦନ କରିବାର ଶେଷ ତାରିଖ ୨୭ ନଭେମ୍ବର ୨୦୨୩ ରହିଛି ।

ବ୍ୟାଙ୍କ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଥିଲା । ଏଥିପାଇଁ ଶେଷ ତାରିଖ ପାଖେଇ ଆସିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ତୁରନ୍ତ ଆବେଦନ କରନ୍ତୁ । ଏଥିରେ ଆବେଦନ କରିବାର ଶେଷ ତାରିଖ ୨୭ ନଭେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୪୨

ଡେପୁଟି ମ୍ୟାନେଜର (ସିକ୍ୟୁରିଟି)
ମ୍ୟାନେଜର (ସିକ୍ୟୁରିଟି)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ନଭେମ୍ବର ୨୦୨୩ ରହିଛି । ଏହା ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ sbi.co.in କୁ ଯାଇ ଦେଖିବାକୁ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୫ ରୁ ୪୦ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ପାଇଁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ପଡିବ ନାହିଁ । ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । ଆବେଦନ କରିବା ବେସସିରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡାକଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଭଲ ଦରମା ମିଳିବ । ଡେପୁଟି ମ୍ୟାନେଜର ପାଇଁ ୪୮ ହଜାରରୁ ୬୯ ହଜାର ଏବଂ ମ୍ୟାନେଜର ପଦବୀ ପାଇଁ ୬୩ ହଜାରରୁ ୭୮ ହଜାର ଦରମା ମିଳିବ ।

ଅଧିକ ବିବରଣୀ ପାଇଁ ୱେବସାଇଟକୁ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.