ରାଜଧାନୀବାସୀଙ୍କୁ ସିଏନଜି ଝଟକା, ବଢିଲା ଦାମ୍‌

ସିଏନଜିର ନୂଆ ଦର ବୃଦ୍ଧି ଆଜିଠାରୁ ଲାଗୁ ହୋଇଯାଇଛି । ଦିଲ୍ଲୀରେ ସିଏନଜି ଦର କେଜି ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କାରେ ପହଞ୍ଚିଥିବା ବେଳେ ଗୌତମ ବୁଦ୍ଧ ନଗରର ନୋଏଡ଼ାରେ ଏହି ଦର ୮୦.୨୦ ଟଙ୍କାରୁ ବୃଦ୍ଧି ପାଇ ୮୧.୨୦ ଟଙ୍କାରେ ପହଞ୍ଚିଛି ।

ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ପରେ ଏବେ ଦେଶରେ ବଢିଛି ସିଏନଜି । ଦିଲ୍ଲୀ ଏବଂ ଏସିଆରରେ ସିଏନଜି ଦାମ୍‌ ୧ ଟଙ୍କା ବଢିଛି । ଦିଲ୍ଲୀରେ ସିଏନଜି ଦାମ କିଲୋଗ୍ରାମ ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କା ହୋଇଯାଇଛି ।
ଖବର ମୁତାବକ, ସିଏନଜିର ନୂଆ ଦର ବୃଦ୍ଧି ଆଜିଠାରୁ ଲାଗୁ ହୋଇଯାଇଛି । ଦିଲ୍ଲୀରେ ସିଏନଜି ଦର କେଜି ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କାରେ ପହଞ୍ଚିଥିବା ବେଳେ ଗୌତମ ବୁଦ୍ଧ ନଗରର ନୋଏଡ଼ାରେ ଏହି ଦର ୮୦.୨୦ ଟଙ୍କାରୁ ବୃଦ୍ଧି ପାଇ ୮୧.୨୦ ଟଙ୍କାରେ ପହଞ୍ଚିଛି । ସେହିପରି ନୋଏଡ଼ା-ଗ୍ରେଟର ଗୋଏଡ଼ା, ଗାଜିଆବାଦ ସମେତ ଦେଶର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଏହି ଦର ବୃଦ୍ଧି କରାଯାଇଛି ।

ଗ୍ରେଟର ନୋଏଡ଼ାରେ ଏହି ଦର ୭୯.୨୦ ଟଙ୍କାରୁ ବଢ଼ି ୮୦.୨୦ ଟଙ୍କା ହୋଇଯାଇଛି । ସେହିପରି ଗାଜିଆବାଦରେ ଏହି ଦର ୭୯.୨୦ ଟଙ୍କା ବଦଳରେ ୮୦.୨୦ ଟଙ୍କାରେ ପହଞ୍ଚିଛି । ରେବାଡ଼ିରେ ଏହି ଦର ୮୧.୨୦ ଟଙ୍କାରୁ ବୃଦ୍ଧି ପାଇଁ ୮୨.୨୦ ଟଙ୍କାରେ ପହଞ୍ଚିଛି । ଅନ୍ୟ ଅଞ୍ଚଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ମାସ ଆରମ୍ଭରୁ ବଢିଥିଲା ଏଲପିଜି ସିଲିଣ୍ଡର ଦାମ୍‌ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୦୧.୫୦ ପଇସା ବୃଦ୍ଧି ପାଇଥିଲା । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩୩ ଟଙ୍କା ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧ ରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ହାର ୨୦୯ ଟଙ୍କା ବୃଦ୍ଧି ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.