ମଞ୍ଚରେ ଚାଲିଥିଲା ରାମଲୀଳା, ହଠାତ୍ ହେଲା ବୋମାମାଡ଼: ରାମ ଆହତ ଲକ୍ଷ୍ମଣ ଗୁରୁତର
ମଞ୍ଚ ଉପରେ ରାମ, ଲକ୍ଷ୍ମଣ,ସୀତା, ହନୁମାନ ସଭିଏଁ ଥିଲେ ଉପସ୍ଥିତ । ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ । ଠିକ୍ ଏତିକି ବେଳେ ହଠାତ୍ ହେଲା ବୋମା ମାଡ ।

ପୁରୀ(କେନ୍ୟୁଜ୍): ଚାଲିଥିଲା ରାମ ଲୀଳା । ଜମିଥିଲା ଭିଡ । ପୌରାଣିକ ଚରିତ୍ରରେ ନିଜକୁ ସଜାଇ ନିଜ ଅଭିନୟ ଜରିଆରେ ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରି ବାନ୍ଧି ରଖିଥିଲେ କଳାକାରମାନେ । ମଞ୍ଚ ଉପରେ ରାମ, ଲକ୍ଷ୍ମଣ,ସୀତା, ହନୁମାନ ସଭିଏଁ ଥିଲେ ଉପସ୍ଥିତ । ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ । ଠିକ୍ ଏତିକି ବେଳେ ହଠାତ୍ ହେଲା ବୋମା ମାଡ । ଆଉ ଏହି ବୋମାମାଡ଼ ପରେ ଯିଏ ଯୁଆଡେ ପାଇଲେ ଛିନ୍ ଛତ୍ର ହୋଇ ଦୌଡିଲେ । ଅଧାରେ ରହିଗଲା ରାମ ଲୀଳା ।
ହଁ ଦର୍ଶକବନ୍ଧୁ ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବଳିଆପଣ୍ଡା ଥାନା ଅଧୀନ ବିଜୟନଗର ଧୋବାଖାଲ ବସ୍ତିରେ। ବୋମାମାଡ଼ରେ ରାମ ଆହତ, ହୋଇଥିବାବେଳେ ଲକ୍ଷ୍ମଣ ଗୁରୁତର ହୋଇଥିବା ଖବର ମିଳିଛି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନୃସିଂହ ମନ୍ଦିର ନିକଟରେ ଚାଲିଥିବା ରାମଲୀଳା ମଞ୍ଚକୁ ଏହତ ବୋମାମାଡ଼ ହୋଇଛି । ତେବେ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ସଦର ଥାନା ଅଧୀନ ସାହାଣିକେରା ଗ୍ରାମର ସୁକାନ୍ତ ପ୍ରଧାନ ଅବସ୍ଥା ସଙ୍ଗିନ ରହିଥିବାବେଳେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି ।
ଏନେଇ ରାମଲୀଳା ଅନୁଷ୍ଠାନ ପରିଚାଳକଙ୍କ ପକ୍ଷରୁ ବଳିଆପଣ୍ଡା ଥାନାରେ ଏତଲା ଦିଆଯାଇଥିବାବେଳେ ପୋଲିସ ଦୁର୍ବୃତ୍ତଙ୍କ ମାନଙ୍କର କୌଣସି ପତ୍ତା ପାଇନି। ଏପଟେ ମଞ୍ଚ ଉପରୁ ହନୁମାନ ଓ ନଳ ବେଶଧାରୀଙ୍କୁ ଉଦ୍ଧାର କରାଯାଇଥିଲା। ଖବର ମୁତାବକ, ସାହାଣିକେରା ଗ୍ରାମର ମା’ ବିନ୍ଧେଶ୍ଵରୀ, ରାମନାଟ୍ୟ ସଂସଦ ପକ୍ଷରୁ ରାମଲୀଳା ପରିବେଷଣ କରାଯାଉଥିଲା । ରାମଲୀଳା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବାବେଳେ ହଠାତ୍ ଭିଡ଼ ଭିତରୁ ମଞ୍ଚରେ ଥିବା ରାମ ବେଶଧାରୀଙ୍କୁ ଲକ୍ଷ୍ୟ କରି ଦୁର୍ବୃତ୍ତ ବୋମାମାଡ଼ କରିଥିଲା। କିନ୍ତୁ ଠିକ୍ ସମୟରେ ଲକ୍ଷ୍ମଣ ବେଶରେ ଥିବା ସୁକାନ୍ତ ସାମ୍ନାକୁ ଚାଲି ଆସିବାରୁ ବୋମାଟି ସିଧା ତାଙ୍କ ଡାହାଣ ହାତ କହୁଣିରେ ମାଡ଼ ହୋଇଥିଲା ।
ଏପଟେ କିଏ, କାହିଁକି ଏଭଳି କାଣ୍ଡ ଘଟାଇଲା ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିପାରିନଥିବାବେଳେ, ପୋଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ତେବେ ଏଭଳି ଏକ ପୌରାଣିକ ନାକଟ ଚାଲିଥିବାବେଳେ ବୋମା ମାଡ ଘଟଣାକୁ ସଭିଏଁ ନିନ୍ଦା କରିଛନ୍ତି ।