ନାବାଳିକାକୁ ଅପହରଣ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୫ହଜାର ଟଙ୍କା ଜରିମାନା

ନାବାଳିକାଟିଏ ଥିଲା । ପାଠ ପଢି ମଣିଷ ହେବ ବୋଲି କେତେ ଆଶା ନଦେଖିଥିଲା । ସେଥିପାଇଁ ତ ସ୍କୁଲ ଜୀବନର ସବୁଠାରୁ ମହତ୍ବପୂର୍ଣ୍ଣ ପାହାଚ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିଲା । ହେଲେ ସ୍ଵପ୍ନ ଦେଖିବା ଆଗରୁ ଭାଙ୍ଗି ରୁଜି ଚୁମ୍ ମାର୍ କରିଦେଲେ କିଛି ମଣିଷ ରୂପୀ ରାକ୍ଷସ । ୨୦୧୫ ମସିହାର ସେହି ଅମାନୁଷିକ ଘଟଣାର ଫଇସଲା ପ୍ରକାଶ ପାଇଛି ।

ଜଗତସିଂହପୁର(କେନ୍ୟୁଜ୍): ନାବାଳିକାଟିଏ ଥିଲା । ପାଠ ପଢି ମଣିଷ ହେବ ବୋଲି କେତେ ଆଶା ନଦେଖିଥିଲା । ସେଥିପାଇଁ ତ ସ୍କୁଲ ଜୀବନର ସବୁଠାରୁ ମହତ୍ବପୂର୍ଣ୍ଣ ପାହାଚ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିଲା । ହେଲେ ସ୍ଵପ୍ନ ଦେଖିବା ଆଗରୁ ଭାଙ୍ଗି ରୁଜି ଚୁମ୍ ମାର୍ କରିଦେଲେ କିଛି ମଣିଷ ରୂପୀ ରାକ୍ଷସ । ୨୦୧୫ ମସିହାର ସେହି ଅମାନୁଷିକ ଘଟଣାର ଫଇସଲା ପ୍ରକାଶ ପାଇଛି ।

ଜଗତସିଂହପୁର ଜ଼ିଲ୍ଲା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସୋ କୋର୍ଟର ଆସିଲା ରାୟ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ୨୦୧୫ ମସିହାର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁଜଙ୍ଗ ଅଞ୍ଚଳର ଯୁଧିଷ୍ଠିର ପ୍ରଧାନକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୪୫ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ହେଲେ ଆହୁରି ୯ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସ କୋର୍ଟ। ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଧାରା ୩୬୫ ,୩୭୨ ,୩୭୬ (ଡୀ), କୁ ଆଧାର କରି ମାନ୍ୟବର ବିଚାରପତି ଅଜୟ କୁମାର ମହାନ୍ତି ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନାବାଳିକାକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ କୁଜଙ୍ଗ ଅଞ୍ଚଳରେ ଜଣେ ନାବାଳିକା ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ତାକୁ ଏକ ବୋଲେରୋ ଗାଡ଼ିରେ ଦୁର୍ବୃତ୍ତ ମାନେ ଅପହରଣ କରି ନେଇଥିଲେ । ପ୍ରଥମେ ଭୁବନେଶ୍ୱର ଓ ପରେ ତାକୁ ଚେନ୍ନାଇ ନେଇଯାଇଥିଲେ । ଏବଂ ସେଠାରେ ତାକୁ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ଅନ୍ୟ ସାଥୀମାନଙ୍କୁ ଦୁଷ୍କର୍ମ କରିବାକୁ ପ୍ରୋତ୍ସାହନ ଦେଇଥିଲା। କୌଶଳକ୍ରମେ ଉକ୍ତ ନାବାଳିକା ଚେନ୍ନାଇରୁ ଓଡିଶାକୁ ଖସି ପଳାଇ ଆସି କୁଜଙ୍ଗ ଥାନାରେ ଏନେଇ ଅଭିଯୋଗ କରିଥିଲା । ତେବେ ଏମାମଲାରେ ଗତକାଲି ଏହାର ବିଚାର କରି ମାନ୍ୟବର ଅଦାଲତ ପୀଡିତାକୁ ନ୍ୟାୟ ପ୍ରଦାନ କରିଛନ୍ତି।

ନୃଂଶସତାର ସବୁ ସୀମା ପାର କରିଯାଉଛନ୍ତି କିଛି ମଣିଷ ରୂପୀ ରାକ୍ଷସ । ନିଜ ଶରୀରର ଭୋକ ମେଣ୍ଟାଇବାକୁ ଯାଇ ନଷ୍ଟ କରି ଦେଉଛନ୍ତି ଛୋଟ ଛୋଟ ଛୁଆଙ୍କ ଜୀବନ। ନିଜେ ସୁଯୋଗ ପାଇଲେ ସାଙ୍ଗ ସାଥୀଙ୍କୁ ଡାକି କରୁଛନ୍ତି କୁକର୍ମ । ଏଇ ମଣିଷ ରୂପୀ ରାକ୍ଷସ ମାନଙ୍କୁ ଯେତେ ଦଣ୍ଡ ମିଳିଲେବି କମ୍ । ନିଜ ଶରୀରର ଭୋକକୁ ମେଣ୍ଟାଇବା ପାଇଁ ଏମାନେ ଅତି ନିମ୍ନସ୍ଥରକୁ ଚାଲି ଯାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.