Below header

ପାକିସ୍ତାନରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ବି ବିପଦ! ଜଣେ ମହିଳାଙ୍କ ସମେତ ୪ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଗଲେ ଆତଙ୍କୀ

ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ପୋଲିଓ ବିରୋଧୀ ଟୀକାକରଣ ଟିମ୍‌କୁ ଅପହରଣ କରି ନିଆଯାଇଛି। ଏହି ଟିମ୍‌ରେ ଜଣେ ମହିଳାଙ୍କ ସମେତ ୪ ଜଣ ସ୍ୱାସ୍ଥ୍ୟକର୍ମୀ ଥିଲେ।

ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ପୋଲିଓ ବିରୋଧୀ ଟୀକାକରଣ ଟିମ୍‌କୁ ଅପହରଣ କରି ନିଆଯାଇଛି। ଏହି ଟିମ୍‌ରେ ଜଣେ ମହିଳାଙ୍କ ସମେତ ୪ ଜଣ ସ୍ୱାସ୍ଥ୍ୟକର୍ମୀ ଥିଲେ। ଯଦିଓ ପରେ ପୋଲିସ କଠୋରତା ଦେଖାଇବାରୁ ଦୁଇ ଜଣଙ୍କୁ ମୁକ୍ତ କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ବିଷୟରେ କୌଣସି ଖବର ନାହିଁ। ପାକିସ୍ତାନରେ ପୋଲିଓ ଟିମ୍‌ଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ହେବାର ଖବର ଆସୁଛି।

ଏହି ଘଟଣା ଘଟିଛି ପାକିସ୍ତାନର ଅଶାନ୍ତ ଅଞ୍ଚଳ ଖୈବର ପଖତୁନଖୱା ପ୍ରଦେଶରେ। ଜିଲ୍ଲା ପୋଲିସ ଅଧିକାରୀଙ୍କ ମୁତାବକ, ଘଟଣାଟି ଟ୍ୟାଙ୍କ୍‌ ଜିଲ୍ଲାର କାରୀ ଉମର ଖାନ ଗ୍ରାମରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ଓରାଲ୍‌ ଟୀକାକରଣ ଅଭିଯାନ ଚାଲିଥିଲା। ମଙ୍ଗଳବାର ଏହି ସମୟରେ ଆତଙ୍କୀମାନେ ଆଣ୍ଟି ପୋଲିଓ ଟିମ୍‌ର ଜଣେ ମହିଳା ଓ୍ଵାର୍କରଙ୍କ ସମେତ ୪ ଜଣଙ୍କୁ ଅପହରଣ କରି ନେଇଥିଲେ। କୁହାଯାଉଛି ଯେ ସେମାନେ କୌଣସି ଏକ ଗାଁରେ ରହୁଥିଲେ।

ଦେଶରେ ପୋଲିଓ ଜୀବାଣୁ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ୪୩ ମିଲିୟନରୁ ଅଧିକ ପିଲାଙ୍କୁ ଟିକା ଦେବା ଉଦ୍ଦେଶ୍ୟରେ ଏକ ଦେଶବ୍ୟାପୀ ପୋଲିଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବିଭିନ୍ନ ଅଞ୍ଚଳରେ ପୋଲିଓ କର୍ମଚାରୀଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି ପାଇବାରୁ ବିଗତ ଦିନର ଅନେକ ସରକାରଙ୍କୁ ଅଭିଯାନ ସ୍ଥଗିତ ରଖିବାକୁ ପଡ଼ିଥିଲା। ପୋଲିଓ ଔଷଧ ବନ୍ଧ୍ୟାତ୍ୱ ସୃଷ୍ଟି କରେ ବୋଲି ଉଗ୍ରବାଦୀମାନେ ଦାବି କରୁଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.