ବିଇଓଙ୍କ କାର୍ଯ୍ୟାଳୟରେ ଟେକ୍ନିକାଲ କନସଲଟାଣ୍ଟଙ୍କର ମାଳ ମାଳ ଘର ଓ ଫ୍ଲାଟ

କୋଟିପତି ଜେଇଙ୍କ ୧୭ ପ୍ଲଟ ଥିବା ଚଢ଼ାଉ ବେଳେ ଜଣାପଡ଼ିଛି । ପ୍ରସନ୍ନ ପାଣିଙ୍କ ଘରୁ ରେଡ ବେଳେ ଜବତ ହୋଇଛି ନଗଦ ୩ ଲକ୍ଷ ୨୧ ହଜାର ଟଙ୍କା । ତାଙ୍କର ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି ।

ଅନୁଗୁଳ(କେନ୍ୟୁଜ୍): କୋଟିପତି ଜେଇଙ୍କ ମାଳ ମାଳ ଘର ଓ ଫ୍ଲାଟ। ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ରେଡ୍ । ସମଗ୍ର ଶିକ୍ଷା ଅଭିଯାନରେ ପାଲଲହଡ଼ା ବିଇଓଙ୍କ କାର୍ଯ୍ୟାଳୟରେ ଟେକ୍ନିକାଲ କନସଲଟାଣ୍ଟ ଭାବେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।

ଭୁବନେଶ୍ବର, ଅନୁଗୁଳ ଓ ପୁରୀର ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଚଢାଉ ବେଳେ ତାଙ୍କର ଅମାପ ସମ୍ପତ୍ତି ଠାବ ହୋଇଛି । ଜେଇ ପ୍ରସନ୍ନ ପାଣିଙ୍କ ଭୁବନେଶ୍ବରରେ ଗୋଟିଏ ଫ୍ଲାଟ ଓ ୫ଟି କୋଠା ରହିଛି । ସେଭିତରୁ ୩ଟି ବହୁତଳ ବିଲଡିଂ । ସେହିପରି ୧୭ ପ୍ଲଟ ଥିବା ଚଢ଼ାଉ ବେଳେ ଜଣାପଡ଼ିଛି । ପ୍ରସନ୍ନ ପାଣିଙ୍କ ଘରୁ ରେଡ ବେଳେ ଜବତ ହୋଇଛି ନଗଦ ୩ ଲକ୍ଷ ୨୧ ହଜାର ଟଙ୍କା । ତାଙ୍କର ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି । ତାଙ୍କର ଗୋଟିଏ କାର ଓ ତିନିଟି ବାଇକ ଥିବା ଜଣାପଡ଼ିଛି । ଏହି ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୬ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.