‘ବସ୍‌ ଆଜ କି ରାତ ହୈ ଜିନ୍ଦେଗୀ’ ଗୀତରେ ନାଚୁଥିବା ବେଳେ ଟଳିପଡିଲେ ଡାକ କର୍ମଚାରୀ, ଭିଡିଓ ଭାଇରଲ

ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚୁଥିଲେ ଡାକ କର୍ମଚାରୀ । କିନ୍ତୁ ନାଚିବା ସମୟରେ ଚାଲିଗଲା ଜୀବନ ।‘ବସ୍‌ ଆଜ କି ରାତ ହୈ ଜିନ୍ଦେଗୀ’ ଗୀତରେ ନାଚୁଥିବା ବେଳେ ହାର୍ଟଆଟାକରେ ଚାଲିଗଲା ଜୀବନ । ଭିଡିଓ ଭାଇରଲ

ମୃତ୍ୟୁ କେତେବେଳେ କେମିତି ଆସେ, ତାହା କାହାକୁ ଜଣାନାହିଁ । ଫେରେଓ୍ଵଲ କାର୍ଯ୍ୟକ୍ରମ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ର ହସଖୁସିରେ ନାଚୁଥିଲେ ବ୍ୟକ୍ତି। ହେଲେ ଚାଲିଗଲା ଜୀବନ । ମଧ୍ୟପ୍ରଦେଶର ଭୋପାଳରେ ଡାକ ବିଭାଗ ଦ୍ୱାରା ୩୪ତମ ଅଖିଳ ଭାରତୀୟ ଡାକ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏହାର ଫାଇନାଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହେଲେ ଏହି ଖୁସିର ମାହୋଲରେ ‘ବସ୍‌ ଆଜ କି ରାତ୍‌ ହୈ ଜିନ୍ଦେଗୀ’ ଗୀତରେ ନାଚୁଥିବା ବେଳେ ଟଳିପଡିଥିଲେ ବ୍ୟକ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଏହି କାର୍ଯ୍ୟକ୍ରମରେ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଭାଗ ନେଇଥିଲେ । ଏହି ସମୟରେ ମଧ୍ୟପ୍ରଦେଶ ଡାକ ପରିମଣ୍ଡଳ ଅଫିସିର ଆସିଷ୍ଟାଣ୍ଟ ଡାଇରେକ୍ଟର ସୁରେନ୍ଦ୍ର କୁମାର ଦୀକ୍ଷିତ ନିଜ ସାଥିଙ୍କ ସହିତ ଡ୍ୟାନ୍ସ କରୁଥିଲେ । ସାଙ୍ଗ ମାନଙ୍କ ସହିତ ସୁରେନ୍ଦ୍ର ମଧ୍ୟ ଖୁସିରେ ନାଚୁଥିଲେ । ‘ବସ୍‌ ଆଜ କି ରାତ ହୈ ଜିନ୍ଦେଗୀ କଲ୍‌ ହମ୍‌ କାହାଁ ତୁମ୍‌ କାହାଁ’ ଗୀତରେ ଡ୍ୟାନ୍ସ କରୁଥିବା ସମୟରେ ହଠାତ୍‌ ତଳେ ଟଳିପଡିଥିଲେ । ପ୍ରଥମେ କିଛି କେହି ବୁଝିପାରିନଥିଲେ । କିନ୍ତୁ ଶେଷରେ ସାଙ୍ଗମାନେ ଟେକି ଦେଖିବା ବେଳକୁ ବ୍ୟକ୍ତି ଜଣଙ୍କର ଜୀବନ ଚାଲିଯାଇଥିଲା। ହାର୍ଟଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଯାଇଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି। ତେବେ ସୁରେନ୍ଦ୍ରଙ୍କୁ ୫୫ ବର୍ଷ ହୋଇଥିଲା । ଗ୍ରାମୀଣ ଡାକ ସେବକ ଭାବେକ୍ୟାରିଅର ଆରମ୍ଭ କରିଥିଲେ ସୁରେନ୍ଦ୍ର । ତା’ ପରେ ସହାୟକ ନିର୍ଦ୍ଦେଶକ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.