ଅଦାଲତ ଅବମାନନା ମାମଲା, ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଉପରେ ଏକ ଟଙ୍କା ଜରିମାନା ଲଗାଇଛନ୍ତି ସୁପ୍ରିମ କୋର୍ଟ । ଅଦାଲତ ପକ୍ଷରୁ ଏହା ମଧ୍ୟ ସର୍ତ୍ତ ରଖାଯାଇଛିକି ଯଦି ଶ୍ରୀ ଭୂଷଣ ଜରିମାନା ବାବଦ ଅର୍ଥ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ପୈଠ ନକରନ୍ତି ତେବେ ତାଙ୍କୁ ତିନି ମାସ ପାଇଁ ଜେଲ ଦଣ୍ଡ ଅଥବା ୩ ବର୍ଷ ପାଇଁ ତାଙ୍କ ପ୍ରାକ୍ଟିସ ଉପରେ ରୋକ ଲଗାଇ ଦିଆଯିବ । ଏହି ମାମଲାର ଶୁଣାଣି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଖଣ୍ଡପୀଠ କରିଛନ୍ତି । ଯେବେକି ପୂର୍ବରୁ ଅର୍ଥାତ ଅଗଷ୍ଟ ୨୫ ତାରିଖରେ ଏହି ମାମଲାରେ ନିଜ ଫଇସଲାକୁ ସୁରକ୍ଷିତ ରଖିଥିଲେ ଉଚ୍ଚତମ ନ୍ୟାୟାଳୟ ।

ପ୍ରଶାନ୍ତଙ୍କୁ କଣ ଦଣ୍ଡ ଦିଆଯିବା ଦରକାର ସେନେଇ ଉଚ୍ଚତମ ନ୍ୟାୟାଳୟ ଭାରତର ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳଙ୍କ ରାୟ ନେଇଥିଲେ । ଯେଉଁଥିରେ ବେଣୁଗୋପାଳ ମତ ରଖିଥିଲେ କି, ପ୍ରଶାନ୍ତଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦିଆଯାଉ । କହିରଖିବା ଉଚିତ ହେବକି, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟ ଓ ମୁଖ୍ୟ ବିଚାରପତିଙ୍କୁ ଆକ୍ଷେପ କରି ଏକ ଆପତ୍ତିଜନକ ଟ୍ୱିଟ କରିଥିଲେ । କୋର୍ଟରେ ଏହାକୁ ନେଇ ମାମଲା ଚାଲିଥିବା ବେଳେ କ୍ଷମା ମାଗିବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.