Below header

କାହାର ସର୍ବନାଶ ତ କାହାର ପୁଷ ମାସ, ହୀରାକୁଦରୁ ନିଷ୍କାସିତ ଜଳ ଦେଖିଲେ ଭୟ ଲାଗୁଛି, କିନ୍ତୁ ବେଫିକର ହୋଇ ମାଛ ଧରୁଛି ଧିବର

ସମ୍ବଲପୁର(କେନ୍ୟୁଜ୍):  ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମାଛଧରା । ଡ୍ୟାମରୁ ଉଗ୍ର ରୂପଧରି  ନିଷ୍କାସିତ ହେଉଥିବା ପାଣିକୁ ଯିଏ ଦୂରରୁ ଦେଖିବ ଡରିଯିବ। କିନ୍ତୁ ଏହି ପାଣିକୁ ଭୟ ନକରି ବେଫିକର  ହୋଇ  ମାଛ ଧରିବାରେ ନିମଗ୍ନ ରହିଛନ୍ତି କିଛି ଧୀବର। ବର୍ତମାନ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରିରହିଛି । ଫଳରେ ଡ୍ୟାମର ତଳିଆ ଅଞ୍ଚଳରେ  ମହାନଦୀ କରାଳ ରୂପ ଧାରଣ କରି ପ୍ରବାହିତ ହେଉଛି । ତଥାପି ମତ୍ସ୍ୟଜୀବୀ ମାନେ ଏଭଳି ସ୍ଥିତିରେ ଅତି ବିପଦଜନକ ଭାବରେ ହିରାକୁଦ ଜଳ ଭଣ୍ଡାରର ସ୍ପିଲ୍‌ୱେ ଠାରୁ ଅଳ୍ପଦୂର ରେ ଥିବା ଏକ ସ୍ଥାନରେରେ ମାଛ ଧରୁଛନ୍ତି ।

fishing at hirakud

କିନ୍ତୁ ଏହି ସବୁ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ବେଳେ ଚଳିତ ବର୍ଷ ବନ୍ୟାଜଳ ନିଷ୍କାସନ ପରଠାରୁ ଏଭଳି ଦୃଶ୍ୟ କ୍ରମାଗତ ଭାବେ ଦେଖିବାକୁ ମିଳୁଛି। ସେମାନଙ୍କ ମାଛ ଧରା ଉପରେ କାହିଁକି କଟକଣା ଲଗାଉନାହାନ୍ତି ଡ୍ୟାମ କତ୍ତ୍‌ପକ୍ଷ ଏବଂ ଡ୍ୟାମ୍ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ଡ୍ୟାମ୍ ସୁରକ୍ଷା କର୍ମୀ  ବା ଓଆଇଏସ୍‌ଏଫ୍ ଯବାନ,  ତାହା ହିଁ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ଡ୍ୟାମର ଡାହାଣ ପାର୍ଶ୍ବରେ  ଗେଟ୍ ଠାରୁ ୨ ଶହରୁ ୩ଶହ ମିଟର ମଧ୍ୟରେ ରହିଛି ଏହି ସ୍ଥାନ। ବର୍ତ୍ତମାନ ଗେଟ୍ ଖୋଲାଯାଇଥିବା ଦୃଶ୍ୟ ଦେଖିବାକୁ ସାଧାରଣ ଲୋକଙ୍କୁ ଛଡ଼ାଯାଉନଥିବାବେଳେ ମସ୍ୟଜୀବୀମାନଙ୍କୁ କିପରି ଏହି ସମ୍ବେଦନଶୀଳ ସ୍ଥାନକୁ ଛଡ଼ାଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.