Below header

ଦୁନିଆର ସବୁଠାରୁ ଦାମୀ ମେଣ୍ଢା: ମୂଲ୍ୟ ତିନି କୋଟି ଟଙ୍କା, କିନ୍ତୁ କାହିଁକି ?

ଗୋଟେ ମେଣ୍ଢାର ମୂଲ୍ୟ କେତେ ହେବ ? ଆପଣ କେବେ ଭାବିଛନ୍ତି କି ? ଅଧିକରୁ ଅଧିକ ଲକ୍ଷେ କିମ୍ବା ଦୁଇ ଲକ୍ଷ। କିନ୍ତୁ କେବେ ଶୁଣିଛନ୍ତି ମେଣ୍ଢାର ମୂଲ୍ୟ ୩ କୋଟି ଟଙ୍କା। ହୁଏତ ନା। ଏମିତି ଏକ ମେଣ୍ଢା ରହିଛି, ଯାହାର ମୂଲ୍ୟ ସାଢେ ତିନି କୋଟି ଟଙ୍କା।

ଜନ୍ମର ମାତ୍ର ୬ ମାସ ମଧ୍ୟରେ ଗୋଟିଏ ମେଣ୍ଢା ଛୁଆ ବିଶ୍ୱର ସବୁଠାରୁ ଦାମୀ ମେଣ୍ଢା ବନିଯାଇଛି। ସ୍କଟଲାଣ୍ଡରେ ଆୟୋଜିତ ହୋଇଥିବା ଏକ ନିଲାମରେ ଏହି ମେଣ୍ଢା ଛୁଆ ୩ ଲକ୍ଷ ୬୭ ହଜାର ୫୦୦ ଟଙ୍କାରେ ବିକ୍ରି ହୋଇଥିଲା। ଭାରତୀୟ ମୁଦ୍ରାରେ ଯାହାକୁ ପାଖାପାଖି ୩ କୋଟି ଟଙ୍କା। ଏହି ପ୍ରଜାତିର ମେଣ୍ଢା ନେଦରଲାଣ୍ଡର ଟେକସାସର ଏକ ଛୋଟ ଦ୍ୱୀପରୁ ଆସିଥାଏ।

sheep 1

ମେଷ ସୋସାଇଟିର ରିପୋର୍ଟ ମୁତାବକ, ଏହି ବରଳ ପ୍ରଜାତିର ମେଷକୁ ଡବଲ ଡାଏମଣ୍ଡ କୁହାଯାଏ। ଏହି ପ୍ରଜାତିର ମେଷ ପତଳା ମାଂସ ପାଇଁ ଅର୍ଥାତ୍‌ କମ ଚର୍ବିଯୁକ୍ତ ମାଂସ ଏବଂ ହୋସେରୀ ସୂତା ପାଇଁ ବ୍ୟବହୃତ ହୋଇଥାଏ। କୁହାଯାଉଛି ଯେ, ଜନ୍ମସ୍ଥାନ, ଶରୀରର ଉତ୍କଷ୍ଟ ଆକୃତି ଓ ଆକର୍ଷଣୀୟ ଡାଏମଣ୍ଡ ରଙ୍ଗ ଏହି ମେଣ୍ଢା ଛୁଆ ଦାମୀ ହେବାର କାରଣ ଅଟେ। ଏହା ପୂର୍ବରୁ ୨୦୦୯ ରେ ଗୋଟିଏ ମେଷ ୨ ଲକ୍ଷ ୩୦ ହଜାର ପାଉଣ୍ଡରେ ବିକ୍ରି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.