ରିୟା ଠିକ୍‌ କହୁଥିଲେ କି! ସୁଶାନ୍ତ କ୍ଲାଷ୍ଟୋଫୋବିଆ ଓ ଇନ୍‌ସୋମନିଆ ପୀଡ଼ିତ ଥିବା ନେଇ ନିଜେ କରିଥିଲେ ସ୍ୱୀକାର, ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟଭ୍ୟୁରେ ରିୟା କହିଥିଲେ ସୁଶାନ୍ତଙ୍କୁ କ୍ଲାଷ୍ଟୋଫୋବିଆ ଥିଲା ଓ ଫ୍ଲାଇଟ୍‌ରେ ବସିବା ପୂର୍ବରୁ ତାଙ୍କୁ ଡର ଲାଗୁଥିଲା। ରିୟାଙ୍କ ଏହି ବୟାନ ପରେ ଅନେକ ଲୋକ ତାଙ୍କୁ ଭୁଲ ବୋଲି କହିଥିଲେ। ଏମିତିକି ସୁଶାନ୍ତଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ମଧ୍ୟ ଏହା ଭୁଲ ବୋଲି କହିବା ସହ ସୁଶାନ୍ତଙ୍କର ଏକ ଭିଡିଓ ସେୟାର କରିଥିଲେ। ତେବେ ଏବେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୁଶାନ୍ତ ନିଜେ କହୁଛନ୍ତି ତାଙ୍କୁ କ୍ଲାଷ୍ଟୋଫୋବିଆ (ଅସ୍ୱାଭାବିକ ଭୟ)ଓ ଇନ୍‌ସୋମନିଆ(ନିଦ୍ରାହୀନତା) ଅଛି।

sushant3

୨୦୧୫ରେ ଏକ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସୁଶାନ୍ତ ନିଜ ବିଷୟରେ ୩ଟି କଥା କହିଥିଲେ। ସେଥିରୁ ଗୋଟିଏ ମିଛ ଓ ଦୁଇଟି ସତ ଥିଲା। ସୁଶାନ୍ତ କହିଥିଲେ ୧-ମୋତେ କ୍ଲାଷ୍ଟୋଫୋବିଆ ଅଛି, ୨-ମୁଁ ଦିନକୁ ୬ ଘଣ୍ଟା ଶୁଏ, ୩- ମୁଁ ଜଣେ ଖରାପ ସିଙ୍ଗର। ତା’ପରେ ସେ କହିଥିଲେ ଦ୍ୱିତୀୟ କଥାଟି ମିଛ। ମୋତେ ଇନ୍‌ସୋମନିଆ ଅଛି ଓ ମୁଁ ପ୍ରତିଦିନ ମାତ୍ର ୨ ଘଣ୍ଟା ଶୁଏ।

Video Courtesy: ZEE CAFÉ

ଅନ୍ୟପଟେ ରିୟାଙ୍କ ବୟାନ ପରେ ଅଙ୍କିତା ସୁଶାନ୍ତଙ୍କର ଏକ ଭିଡିଓ ସେୟାର କରିଥିଲେ। ସେଥିରେ ସୁଶାନ୍ତ ବିମାନ ଉଡ଼ାଉଥିବା ଦେଖାଯାଇଛି। ଭିଡିଓ ସେୟାର କରି ଅଙ୍କିତା କ୍ୟାପ୍‌ସନ୍‌ରେ ଲେଖିଥିଲେ ‘ସ୍ୱପ୍ନ। ଏହା କ’ଣ କ୍ଳାଷ୍ଟୋଫୋବିଆ? ତୁମେ ସବୁବେଳେ ଉଡ଼ିବାକୁ ଚାହୁଁଥିଲ ଓ ତୁମେ କରିଦେଖାଇଲ’।

 

View this post on Instagram

 

Is this #claustrophobia ? u always wanted to fly and u did it .😊

A post shared by Ankita Lokhande (@lokhandeankita) on

ରିୟା ନିଜ ଇଣ୍ଟଭ୍ୟୁରେ ୟୁରୋପ ଟ୍ରିପ୍‌ ବିଷୟରେ କହିଥିଲେ ବିମାନରେ ବସିବା ପୂର୍ବରୁ ସୁଶାନ୍ତ ମତେ କହିଥିଲେ ତାଙ୍କୁ ପ୍ଲେନ୍‌ରେ ବସିବାକୁ ଡର ଲାଗେ। ତାଙ୍କୁ କ୍ଲାଷ୍ଟୋଫୋବିଆ ଅଛି ଓ ଏଥିପାଇଁ ସେ ଔଷଧ ଖାଉଛନ୍ତି। ସେ ସବୁବେଳେ ଏହି ମେଡିସିନ୍‌ ନିଜ ପାଖରେ ରଖିଥାନ୍ତି।

Leave A Reply

Your email address will not be published.