କଂଗ୍ରେସର ବଳ ହେବେକି ପ୍ରଶାନ୍ତ କିଶୋର? ୩ ଦିନରେ ଦ୍ୱିତୀୟ ଥର ସୋନିଆଙ୍କୁ ଭେଟିଥିବାରୁ ଚାଲିଛି ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର । ୩ ଦିନରେ ଦ୍ୱିତୀୟ ଥର ଭେଟ । ସେ ଦଳରେ ଖୁବଶୀଘ୍ର ଯୋଗ ଦେଇପାରନ୍ତି । ପ୍ରଶାନ୍ତ କିଶୋର ଦେଇଥିବା ନୂଆ ରୋଡମ୍ୟାପ୍‌ ଉପରେ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ପ୍ରଶାନ୍ତ କିଶୋରଙ୍କ ରୋଡମ୍ୟାପକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ କଂଗ୍ରେସ ଗଠନ କଲା ୭ ଜଣିଆ କମିଟି । ରଣଦୀପ ସୁରଜେଓ୍ଵାଲା, ଅମ୍ବିକା ସୋନୀ, ମୁକୁଲ ଓ୍ଵାସନିକ୍‌ ଏହି କମିଟିରେ ସଦସ୍ୟ ଅଛନ୍ତି । ୭ ଦିନ ଭିତରେ ରିପୋର୍ଟ ଦେବେ ।

ମେହବୁବା ମୁଫତି ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ପ୍ରଶାନ୍ତ କିଶୋର କହିଥିଲେ ଦଳ ୨୦୨୪ ପାଇଁ ଫୋକସ କରୁ । ସେ କହିଛନ୍ତି କଂଗ୍ରେସ ଯଦି ମୋତେ ଭରସା କରେ, ମୁଁ ବି ପାର୍ଟିକୁ ଭରୋଷା କରିଛି । ଉତ୍ତରପ୍ରଦେଶ, ଓଡ଼ିଶା ଓ ବିହାରରେ ଏକୁଟିଆ ନିର୍ବାଚନ ଲଢ଼ିବାକୁ ପ୍ରଶାନ୍ତ କିଶୋର ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.