ପ୍ରଥମେ ଗର୍ଭପାତ କରାଇଲେ, ପରେ କଲେ ହତ୍ୟା…ପୂଜାରୀ ମନ୍ଦିର ପଛପଟେ ପୋତିଦେଲେ ପ୍ରେମିକାର ମୃତଦେହ

ହାଇଦ୍ରାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୂଜାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ମନ୍ଦିର ପଛରେ ପୋତି ଦେଇଛନ୍ତି। କୁହାଯାଉଛି କି, ସାଇକୃଷ୍ଣା ନାମକ ପୂଜାରୀ ଏବଂ ଅପ୍‌ସରା ନାମ୍ନୀ ଯୁବତୀ ପରସ୍ପରକୁ ଭଲ ପାଉଥିଲେ।

ହାଇଦ୍ରାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୂଜାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ମନ୍ଦିର ପଛରେ ପୋତି ଦେଇଛନ୍ତି। କୁହାଯାଉଛି କି, ସାଇକୃଷ୍ଣା ନାମକ ପୂଜାରୀ ଏବଂ ଅପ୍‌ସରା ନାମ୍ନୀ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ବଡ଼ କଥା ହେଉଛି ଯେ ପୂଜାରୀ ସାଇକୃଷ୍ଣା ବିବାହିତ ଥିବାବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।

ଘଟଣାଟି ହାଇଦ୍ରାବାଦର ଶମ୍‌ଶାବାଦ ନିକଟ ନାରକୁଡ଼ା ଗାଁରେ ଘଟିଛି। ଏହି ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଯୁବତୀଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ସେମାନେ କହିଥିଲେ ଯେ ଅପ୍‌ସରା ଗର୍ଭବତୀ ଥିଲେ। ସାଇକୃଷ୍ଣା ତାଙ୍କର ଗର୍ଭପାତ କରାଇଥିଲେ। ପରିବାର ଲୋକଙ୍କ ମୁତାବକ, ଅପ୍‌ସରା ବିବାହ ପାଇଁ ପୂଜାରୀଙ୍କ ଉପରେ ଚାପ ପକାଉଥିଲେ, ଯେଉଁ କାରଣରୁ ପୂଜାରୀ ଷଡ଼ଯନ୍ତ୍ର କରି ଅପ୍‌ସରାଙ୍କୁ ହତ୍ୟା କରିଥିଲେ।

ପୋଲିସ କହିଛି ଯେ ଅପ୍‌ସରା ସାଇକୃଷ୍ଣାଙ୍କ ସହିତ ଏକ ଗୋଶାଳା ଯାଇଥିଲେ ଏବଂ ସେଠାରେ କୃଷ୍ଣା ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ମନ୍ଦିର ପଛପଟେ ଗାତ ଖୋଳି ପୋତି ଦେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ହତ୍ୟା କରି ସାଇକୃଷ୍ଣା ନିଜେ ହିଁ ଥାନାକୁ ଯାଇ ଅପ୍‌ସରାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସାଇକୃଷ୍ଣା ପୋଲିସ ସାମ୍ନାରେ ସବୁ ସତ କଥା ମାନିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.