Below header

ଦେଶରେ ଆରମ୍ଭ ହେବ ପ୍ରଥମ ପୋଡ୍‌ ଟ୍ୟାକ୍ସି ସେବା, ଜାଣନ୍ତୁ କେଉଁଠାରେ ଉପଲବ୍ଧ ହେବ ଏହି ସୁବିଧା

ଏହି ପୋଡ୍‌ ଟ୍ୟାକ୍ସିରେ ୨୪ ଜଣ ଯାତ୍ରୀ ଯାତ୍ରା କରି ପାରିବେ । ଘଣ୍ଟାପ୍ରତି ୪୦ କିମି ବେଗରେ ଏହା ଗତି କରିଥାଏ । ପ୍ରତି ଦିନ ପାଖାପାଖି ୮୦୦୦ ଯାତ୍ରୀ ଯାତ୍ରା କରି ପାରିବେ । ଗୋଟିଏ ପୋଡ୍‌ ଟ୍ୟାକ୍ସିରେ ୬ ରୁ ୨୪ ଜଣ ଯାତ୍ରୀ ଯାତ୍ରା କରି ପାରିବେ ।

(କେନ୍ୟୁଜ ବ୍ୟୁରୋ): କାର ଭଳି ଦେଖା ଯାଉଥିବା ଗାଡ଼ି ହେଉଛି ପୋଡ୍‌ ଟ୍ୟାକ୍ସି । ଏହା ବିନା ଡ୍ରାଇଭରରେ ଚାଲିଥାଏ । ଷ୍ଟିଲରେ ନିର୍ମିତ ହୋଇଥିବା ଏକ ଟ୍ରାକରେ ଚାଲିଥାଏ ପୋଡ୍‌ ଟ୍ୟାକ୍ସି । ତେବେ ଏହି ପୋଡ୍‌ ଟ୍ୟାକ୍ସି ଭାରତରେ କେଉଁ ସହରରେ ଚାଲିବ ଆପଣ ହୁଏତ ତାହା ଜାଣି ନଥିବେ । ଭାରତର ଉତ୍ତରପ୍ରଦେଶରେ ଦେଶର ପ୍ରଥମ ପୋଡ୍‌ ଟ୍ୟାକ୍ସି ସେବା ଆରମ୍ଭ ହେବ । ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି । ଉତ୍ତରପ୍ରଦେଶର ୟୋଗି ସରକାର ଜେଓ୍ଵର ବିମାନବନ୍ଦର ଏବଂ ଫିଲ୍ମ ସିଟି ମଧ୍ୟରେ ହିଁ ଦେଶର ପ୍ରଥମ ପୋଡ୍‌ ଟ୍ୟାକ୍ସି ସେବା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ।

ଏହି ଯୋଜନା ପିପିପି ମଡେଲରେ ନିର୍ମାଣ ହେବ, ଯେଉଁଥି ପାଇଁ ଆସନ୍ତା ସପ୍ତାହ ଗ୍ଲୋବାଲ ଟେଣ୍ଡର ଜାରି କରାଯିବ । ଗୌତମବୁଦ୍ଧ ନଗର ଜିଲ୍ଲାର ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ା ଦେଶର ପ୍ରଥମ ସହର, ଯେଉଁଠାରେ ପୋଡ୍‌ ଟ୍ୟାକ୍ସିର ସୁବିଧା ଉପଲବ୍ଧ ହେବ । ୧୪.୬ କିଲୋମିଟର ଲମ୍ବା କରିଡରରେ ୧୨ଟି ଷ୍ଟେସନ ନିର୍ମାଣ ହେବ । ଏହି ଯୋଜନାରେ ପାଖାପାଖି ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ୨୦୨୬ ସୁଦ୍ଧା ଏହି ଯୋଜନା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି ।

ସୂଚନା ଅନୁସାରେ, ଜେଓ୍ଵର ବିମାନବନ୍ଦର ନିର୍ମାଣ ହେବା ଆରମ୍ଭ ପରେ ହିଁ ଜିଲ୍ଲାରେ ନୂଆ ନୂଆ ପ୍ରୋଜେକ୍ଟ ଆସୁଛି । ଏଥି ପାଇଁ ଯମୁନା ପ୍ରାଧିକରଣ ତରଫରୁ ଏହି ପୋଡ୍‌ ଟ୍ୟାକ୍ସି ସେବା ପ୍ରଦାନ କରାଯିବ । ଯମୁନା ପ୍ରାଧିକରଣ କ୍ଷେତ୍ରରେ ହିଁ ଫିଲ୍ମ ସିଟି, ଜେଓ୍ଵର ଆନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଡାଟା ସେଣ୍ଟର ନିର୍ମାଣ କରାଯାଉଛି । ପୋଡ୍‌ ଟ୍ୟାକ୍ସି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିବା ପାଇଁ ଯୋଜନା କରାଯାଉଛି । ଏଥି ପାଇଁ ଫିଲ୍ମ ସିଟିରେ ୧୦୦ ଏକର ସ୍ଥାନରେ ଏମ୍ୟୁଜିମେଣ୍ଟ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ।

ନୋଏଡ଼ାରେ ଆରମ୍ଭ ହେବାକୁ ଥିବା ଏହି ପୋଡ୍‌ ଟ୍ୟାକ୍ସିରେ ୨୪ ଜଣ ଯାତ୍ରୀ ଯାତ୍ରା କରି ପାରିବେ । ଘଣ୍ଟାପ୍ରତି ୪୦ କିମି ବେଗରେ ଏହା ଗତି କରିଥାଏ । ପ୍ରତି ଦିନ ପାଖାପାଖି ୮୦୦୦ ଯାତ୍ରୀ ଯାତ୍ରା କରି ପାରିବେ । ଗୋଟିଏ ପୋଡ୍‌ ଟ୍ୟାକ୍ସିରେ ୬ ରୁ ୨୪ ଜଣ ଯାତ୍ରୀ ଯାତ୍ରା କରି ପାରିବେ । ଏହି ଯୋଜନା ପାଇଁ ନୋଏଡ଼ାରେ ୧୧୨ଟି ପୋଡ୍‌ ଟ୍ୟାକ୍ସି ଅଣାଯିବ । ଏହି ଯୋଜନା ପାଇଁ କମ୍ପାନୀକୁ ୩୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ । ତେବେ ଏହି ପୋଡ୍‌ ଟ୍ୟାକ୍ସି ସୁବିଧା ଦ୍ୱାରା ଅନେକ ଲୋକ ଉପକୃତ ହେବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.