ଚୀନ୍ ! ସତର୍କ ହୋଇଯାଅ : ଭାରତୀୟ ସେନାର ଉତ୍ସାହ ବଢ଼ାଇବା ପାଇଁ ଲେହ ଓ ଲଦାଖରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା

ନୂଆଦିଲ୍ଲୀ:  ଲଦାଖ ଏଲଏସିରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଲେହ ଓ ଲାଦାଖରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଁଚିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଚୀନକୁ ଚେକ୍‌ ଦେବାକୁ ଯବାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୋଦି ।

ନିମୁ ପୋଷ୍ଟରେ ବରିଷ୍ଠ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ନିମୁ ପୋଷ୍ଟ ସମୁଦ୍ର ପତନ ଠାରୁ ୧୧ ହଜାର ଫୁଟ ଉପରେ ରହିଛି । ଏହା ଦୁନିଆର ସବୁଠୁ ଉଚ୍ଚତମ ଓ ବିପଦପୂର୍ଣ୍ଣ ପୋଷ୍ଟ । ଅନ୍ଯପଟେ ବାୟୁସେନା ଅଧିକାରୀଙ୍କ ଗ୍ରାଉଣ୍ଡ ଜିରୋ ରିପୋର୍ଟ ନେଇଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଥାଉକି, ସକାଳ ୭ଟାରେ ମୋଦି ଲେହରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି ସିଡିଏସ ଜେନେରାଲ ବିପିନ ରାଓ୍ଵତ ଓ ସ୍ଥଳସେନା ମୁଖ୍ୟ ଏମ ଏମ ନରଭଣେ । ଆଇଟିବିପି ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

modi

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.