ମୋଦିଙ୍କ ସାକ୍ଷାତ କରି ଖୁସିରେ ଆତ୍ମହରା ବଲିଉଡ୍ ଷ୍ଟାର୍ସ, ଭାଇରାଲ୍ ହେଉଛି ସେଲ୍ଫି

ମୋଦିଙ୍କୁ ଦେଖାକଲେ ବଲିଉଡର ବଡ଼ ବଡ଼ ଷ୍ଟାର୍ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ପହଂଚିଥିଲେ ଆଲିଆ ଭଟ୍ଟ,ରଣବୀର ସିଂହ,ରଣବୀର କପୁର, କରଣ ଜୋହର, ରୋହିତ୍ ସେଟ୍ଟୀ, ବରୁଣ ଧୱନ, ସିଦ୍ଧାର୍ଥ ମଲହୋତ୍ରା, ରାଜକୁମାର ରାଓ,ବିକି କୌଶଲ, ଭୂମି ପେଡ୍ନେକର ଏବଂ ଏକତା କପୁରଙ୍କ ଭଳି ଅନେକ ଷ୍ଟାର୍ । ଦେଶ ତଥା ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିବା ପାଇଁ ଏହି ଷ୍ଟାର୍ ମାନଙ୍କୁ ନିମନ୍ତ୍ରଣ କରିଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବଲିଉଡର ଯୁବ ତାରକାମାନେ ଏକ ସେଲ୍ଫି ନେଇଥିଲେ। ଏହି ସେଲ୍ଫି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

କିଭଳି ଭାବରେ ସମାଜ ଉପରେ ପକାଉଛି ଫିଲ୍ମ ? ଏହି ବିଷୟ ନେଇ ଆଲୋଚନା କରିବାକୁ ଇଣ୍ଡଷ୍ଟ୍ରିର ଯୁବ କଳାକାରଙ୍କୁ ଡାକିଥିଲେ ମୋଦି । ଏହା ପୂର୍ବରୁ ମଧ୍ୟ ବଲିଉଡ୍ର ଆଗଧାଡ଼ିର ପ୍ରଯୋଜକଙ୍କ ସହ ବୈଠକ କରି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ ମୋଦି । ଯାହା ପରେ ଫିଲ୍ମ ଟିକେଟ ଉପରୁ ଜିଏସ୍ଟିକୁ ହଟାଇ ଦିଆ ଯାଇଥିଲା ।

 

 

View this post on Instagram

 

Had a good meeting with popular film personalities.

A post shared by Narendra Modi (@narendramodi) on