Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କୁଲ ଶିକ୍ଷକ ରସବିହାରୀ ମନିଆରଙ୍କ ଦେହାନ୍ତ; ଟ୍ଵିଟ୍‌ କରି ଏମିତି ମନେ ପକାଇଲେ ପିଏମ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କୁଲ ଶିକ୍ଷକ ରସବିହାରୀ ମନିଆରଙ୍କ ଦେହାନ୍ତ ହୋଇଛି। ଏହି ସୂଚନା ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ସେୟାର କରିଛନ୍ତି। ସେ ନିଜ ସ୍କୁଲ ଶିକ୍ଷକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ଟ୍ୱିଟରରେ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ଲେଖିଛନ୍ତି। ପିଏମ୍‌ ମୋଦି କହିଛନ୍ତି ଯେ ତାଙ୍କୁ ଗଢ଼ିବାରେ ରସବିହାରୀ ମନିଆରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ତାଙ୍କ ନିଧନ ଖବର ଶୁଣି ସେ ବହୁତ ଦୁଃଖି ଅଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ରେ ଆହୁରି ଲେଖିଛନ୍ତି, ମୁଁ ଜୀବନର ଏହି ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କ ସହିତ ଜଡିତ ରହିଛି। ଜଣେ ଛାତ୍ର ରୂପରେ ମୋତେ ଜୀବନସାରା ତାଙ୍କ ମାର୍ଗଦର୍ଶନ ପାଇବାର ସନ୍ତୋଷ ରହିଛି। ପ୍ରଧାନମନ୍ତ୍ରୀ ନିଜ ଶିକ୍ଷକଙ୍କୁ ମନେ ପକାଇ ଏକ ଭିଡିଓ ମଧ୍ୟ ଟ୍ଵିଟରରେ ପୋଷ୍ଟ କରିଛନ୍ତି।

ପିଏମ ମୋଦି ୧୮ ସେକେଣ୍ଡର ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ମଞ୍ଚ ଉପରେ ନିଜ ଶିକ୍ଷକଙ୍କୁ ସମ୍ମାନିତ କରୁଥିବାର ଦେଖାଯାଇପାରିବ। ପ୍ରଧାନମନ୍ତ୍ରୀ ଫୁଲମାଳ ପିନ୍ଧାଇ ରସବିହାରୀ ମନିଆରଙ୍କୁ ସମ୍ମାନିତ କରୁଛନ୍ତି ଏବଂ ଏହାପରେ ତାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଉଛନ୍ତି। ଭିଡିଓ ଦେଖି ଅନୁମାନ କରାଯାଇପାରିବ ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର ଥିଲା।

ଏମିତି ଅନେକ ଉଦାହରଣ ରହିଛି ଯେ ପ୍ରଧାନମନ୍ତ୍ରୀ ନିଜ ସ୍କୁଲର ଶିକ୍ଷକମାନଙ୍କୁ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି। ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ମୋଦି ଅହମ୍ମଦାବାଦର ଗୁଜରାଟ କଲେଜ ପଡିଆରେ ଏକ ସମାରୋହର ଆୟୋଜନ କରିଥିଲେ ଏବଂ ସେଠାରେ ସେ ନିଜ ସ୍କୁଲ ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ। ଏତିକି ନୁହେଁ, ନିଜର ଗୁଜରାଟ ଯାତ୍ରା ସମୟରେ ମଧ୍ୟ ମୋଦି ବିଭିନ୍ନ ଅବସରରେ ନିଜ ଶିକ୍ଷକମାନଙ୍କୁ ଭେଟିବାର ସୁଯୋଗ ହାତଛଡ଼ା କରୁ ନ ଥିଲେ।

କହି ରଖୁଛୁ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଆସନ୍ତା ଦୁଇ ଦିନ ଗୁଜରାଟ ଗସ୍ତରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.