ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶ ପାଳନ କରୁଛି ୭୭ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ପଲ୍ଲୀରୁ ଦିଲ୍ଲୀ ଯାଏ ଉତ୍ସବର ମାହୋଲ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନୂଆଦିଲ୍ଲୀ : ଦେଶ ପାଳନ କରୁଛି ୭୭ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ପଲ୍ଲୀରୁ ଦିଲ୍ଲୀ ଯାଏ ଉତ୍ସବର ମାହୋଲ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ଦେଶବାସୀଙ୍କୁ ସମ୍ବୋଧିତ କଲେ । ଚଳିତ ସ୍ବାଧୀନତା ଦିବସ ସମାରୋହରେ ସାମିଲ ହୋଇଥିଲେ ୧୮ ଶହ ଅତିଥି ।

ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ଲାଲକିଲ୍ଲା । ପରେଡ ସ୍ଥଳରେ ମୁତୟନ ଅଛନ୍ତି ବଂଧୁକଧାରୀ ସୁରକ୍ଷାକର୍ମୀ । ହାଇ ଆଲର୍ଟରେ ପୁରା ଦିଲ୍ଲୀ । ଡ୍ରୋନ୍ ଉଡ଼ିବା ଉପରେ ନଜର ରହିଛି । ଦିଲ୍ଲୀକୁ ସଂଯୋଗ କରୁଥିବା ୬ଟି ସୀମା ସିଲ୍ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିଛନ୍ତି ପୋଲିସ ଓ ସୁରକ୍ଷା ବାହିନୀ । ଆଜି ଭୋର ୪ଟାରୁ ଦିନ ୧୧ଟା ଯାଏ ଲାଲକିଲ୍ଲା ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.