Below header

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଜାକ୍ ଉଡାଇଲେ କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ , କହିଲେ ‘କ୍ୟୁନକି ମନ୍ତ୍ରୀ ଭି କଭି ଗ୍ରେଜୁଏଟ୍ ଥି’

କଂଗ୍ରେସ ନେତ୍ରୀ ତଥା ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ମଜା କରିଛନ୍ତି । ଆଜି ଏକ ପ୍ରେସ୍ କନଫରେନ୍ସରେ ପ୍ରିୟଙ୍କା ଏକ ଗୀତ ଗାଇ ସ୍ମୃତି ଇରାନୀଙ୍କ ମଜା ଉଡାଇଥିବାର ଏକ ଭିଡିଓ ଭାଇରାଲ ହୋଇଛି । ସେ ସ୍ମୃତିଙ୍କ ଡିଗ୍ରୀକୁ ନେଇ ଟାର୍ଗେଟ କରିଥିଲେ । ପ୍ରିୟଙ୍କା ଷ୍ଟାର ପ୍ଳସରେ ବିଗତ ଦିନରେ ପ୍ରସାରିତ ହେଉଥିବା ଧାରାବାହିକ ‘କ୍ୟୁନକି କଭି ଶାଶ୍ ଭି କଭି ବହୂ ଥି’କୁ କପି କରି କହିଥିଲେ କି ‘କ୍ୟୁନକି ମନ୍ତ୍ରୀ ଭି କଭି ଗ୍ରେଜୁଏଟ୍ ଥି’ ।

କଂଗ୍ରେସ ପ୍ରବକ୍ତା ଏହି ପ୍ରେସ୍ କନଫରେନ୍ସରେ କହିଥିଲେ କି ଏକ ନୂଆ ଧାରାବାହିକ ଆସିବାକୁ ଯାଉଛି ଯାହାର ନା ‘କ୍ୟୁନକି ମନ୍ତ୍ରୀ ଭି କଭି ଗ୍ରେଜୁଏଟ୍ ଥି’। ସେ ଏହାର ଓପନିଙ୍ଗ୍ ଲାଇନ ମଧ୍ୟ କହିଥିଲେ , ଯାହା ଥିଲା ‘କ୍ବାଲିଫିକେସନ୍ କେ ଭି ରୂପ ବଦଲତେ ହେଁ, ନଏ ନଏ ସାଂଚେ ମେ ଢଲତେ ହେଁ।’ଗୋଟେ ଡିଗ୍ରୀ ଆସିଥାଏ ଏବଂ ଗୋଟେ ଡିଗ୍ରୀ ଯାଇଥାଏ,ନୂଆ ଆଫିଡେବିଟ୍ ହୋଇଥାଏ……ଯେପରି ସ୍ମ୍ରୁତି ଇରାନୀ ଜି ଆମ ସମସ୍ତଙ୍କୁ, ଏହି ଲାଇନ୍ ପରେ ପ୍ରିୟଙ୍କାଙ୍କୁ ସେଠାରେ ଉପସ୍ଥିତ ଥିବା ଜଣେ ପତ୍ରକାର ଆଉ ଥରେ ସେହି ଗୀତଟିକୁ ଗାଇବାକୁ କହିଥିଲେ । ଯାହାପରେ ପ୍ରିୟଙ୍କା ଉକ୍ତ ପତ୍ରକାରଙ୍କୁ କହିଥିଲେ କି ସେ ତାଙ୍କୁ ବାରମ୍ବାର ଗୀତ ଗାଇବାକୁ ନକୁହନ୍ତୁ କାରଣ ସେ ଥରେ ଏହି ଗୀତକୁ ଗାଇବା ପାଇଁ ବହୁତ ସମସ୍ୟା ଭୋଗ କରିଛନ୍ତି ।

ଦେଖନ୍ତୁ ଭିଡିଓ :

video courtesy :ANI

ସୂଚନା ଥାଉକି କେନ୍ଦ୍ର ମନ୍ତ୍ରୀ ସ୍ମ୍ରୁତି ଇରାନୀ ଗୁରୁବାର ଦିନ ଅମେଠି ଲୋକସଭା ସିଟ୍ ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନାମାଙ୍କନ ପତ୍ର ଦ୍ବାରା ସେ ନିଜକୁ ଗ୍ରାଜୁଏଟ୍ ବୋଲି କହିନାହାନ୍ତି । ଏହାପରେ ହିଁ ତାଙ୍କ ଡିଗ୍ରୀକୁ ନେଇ କଂଗ୍ରେସ ପାର୍ଟି ଲଗାତାର ଭାବେ ତାଙ୍କର ମଜାକ୍ ଉଡାଇବାରେ ଲାଗିପଡିଛି । କଂଗ୍ରେସ କହିବା ଅନୁସାରେ ଏହାପୂର୍ବରୁ ସ୍ମ୍ରୁତି ନିଜ ଡିଗ୍ରୀକୁ ନେଇ ମିଛ କହିଥିଲେ । ତେଣୁ ତାଙ୍କର ନାମାଙ୍କନକୁ ଖାରଜ୍ କରିଦେବା ଉଚିତ୍ । ନିର୍ବାଚନ ଆୟୋଗକୁ ବାରମ୍ବାର ମିଛ କହିବା କାରଣରୁ କଂଗ୍ରେସ ସ୍ମ୍ରୁତିଙ୍କ ନାମାଙ୍କନକୁ ଖାରଜ୍ କରିବା ପାଇଁ ଗୁହାରୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.