ଜିଓ ୟୁଜର୍ସଙ୍କ ପାଇଁ ୧୦୦ରୁ କମ୍ ଟଙ୍କାର ପ୍ଲାନ, ସବୁକିଛି ମିଳିବ ମାଗଣା

ବର୍ତ୍ତମାନ ଟେଲିକମ୍ କମ୍ପାନୀଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି। କମ୍ପାନୀ ନିଜର ଗ୍ରାହକଙ୍କୁ ସେବା ଦେବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ପ୍ଲାନ ଲଞ୍ଚ କରୁଛି। ଏମିତିରେ ଯଦି ଆପଣ ରିଲାଏନ୍ସ ଜିଓ ୟୁଜର୍ସ ଅଟନ୍ତି ଏବଂ ଛୋଟ ପ୍ଲାନ ନେବାକୁ ଚାହୁଁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। ଜିଓର ୧୦୦ ଟଙ୍କାରୁ ମଧ୍ୟ କମ୍ ଦାମ ବିଶିଷ୍ଟ ପ୍ଲାନ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଏହି ସବୁ ପ୍ଲାନରେ ଆପଣଙ୍କୁ ଅନଲିମିଟେଡ କଲିଂ, ଇଣ୍ଟାନେଟ ଏବଂ ମେସେଜର ଲାଭ ମଧ୍ୟ ମିଳିବ।

୧୯ଟଙ୍କା ପ୍ଲାନ

ଯଦି ଆପଣଙ୍କ ପାଖରେ ଜିଓ ସିମ ଅଛି ଏବଂ ଗୋଟିଏ ଦିନ ପାଇଁ ଇଣ୍ଟରନେଟ, କଲିଂ ଏବଂ ମେସେଜର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଜିଓର ୧୯ଟଙ୍କା ପ୍ଲାନ ଆପଣଙ୍କ ପାଇଁ ଭଲ ପ୍ଲାନ ହୋଇପାରେ। କାରଣ ଏଥିରେ ଆପଣଙ୍କୁ ୧୫୦ଏମବି ଡାଟା ଏବଂ ଅନଲିମିଟେଡ କଲିଂର ଲାଭ ମିଳିପାରିବ। ଏହାଛଡା ଆପଣଙ୍କୁ ଦିନକୁ ୨୦ଟି ମେସେଜ ସେଣ୍ଡ କରିବାର ଲାଭ ମିଳିପାରିବ। ଏହି ପ୍ଲାନର ବୈଧତା ଗୋଟିଏ ଦିନର ଅଟେ।

jio_plan୫୨ଟଙ୍କା ପ୍ଲାନ

ଗୋଟେ ସପ୍ତାହ ପାଇଁ ଜିଓର ପ୍ଲାନ ନେବାକୁ ଚାହୁଁଛନ୍ତି ତେବେ ୫୨ଟଙ୍କାର ପ୍ଲାନ ଆପଣଙ୍କ ପାଇଁ ଭଲ ପ୍ଲାନ ହୋଇପାରେ। ଏଥିରେ ୟୁଜର୍ସ ୭ ଦିନରେ ୧.୦୫ ଜିବି ଡାଟା ଏବଂ ଅନଲିମିଟେଡ କଲିଂର ଲାଭ ମିଳିବ। ଏହାଛଡା ଏଥିରେ ଆପଣଙ୍କୁ ୭୦ଟି ଏସଏମଏସ ସେଣ୍ଡ କରାଇବାର ଲାଭ ମିଳିବ। ଏହି ପ୍ଲାନର ବୈଧତା ୭ ଦିନର ଅଟେ।

୯୮ଟଙ୍କା ବିଶିଷ୍ଟ ପ୍ଲାନ

ଏହି ପ୍ଲାନରେ ଅନଲିମିଟେଡ କଲିଂର ଲାଭ ମିଳିଥାଏ। କେବଳ ଏତିକି ନୁହେଁ ଏଥିରେ ଜିଓ ୟୁଜର୍ସଙ୍କୁ ୩୦୦ ଏସଏମଏସ କରିବାର ଲାଭ ମିଳିପାରିବ ଏବଂ ପ୍ଲାନର ବୈଧତା ହେଉଛି ୨୮ ଦିନ। ଏଥିରେ ୨ ଜିବି ଇଣ୍ଟରନେଟ ଡାଟାର ଫାଇଦା ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.