୧୬ ବର୍ଷ ପରେ ଉଠିଲା ପରଦା, ମୁନ୍ନାଭାଇ ଏମବିବିଏସ୍ ପାଇଁ ପ୍ରଥମ ପସନ୍ଦ ନଥିଲେ ସଞ୍ଜୟ ଦତ୍ତ . . ଜାଣନ୍ତୁ କିଏ ହାତଛଡା କରିଥିଲେ ଏହି ଫିଲ୍ମ

ପିଏମ୍ ମୋଦିଙ୍କ ବାୟୋପିକକୁ ନେଇ ଚର୍ଚ୍ଚାରେ ବିବେକ୍ ଓବରୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ବିବେକ । ତେବେ ଫିଲ୍ମକୁ ବର୍ତ୍ତମାନ ଅଟକାଇ ଦିଆଯାଇଛି । ନିବାଚନ ଆଚରଣ ବିଧି ଉଲଂଘନ କରିଥିବା ଦର୍ଶାଇ ୧୧ ଏପ୍ରିଲରେ ଏହି ଫିଲ୍ମକୁ ରିଲିଜ୍ ହେବାକୁ ଦେଲେ ନି ନିର୍ବାଚନ କମିଶନ । ତେବେ ଏହା ମଧ୍ୟରେ ଏକ ବଡ଼ ଖୁଲାସା କରିଛନ୍ତି ବିବେକ ।

ବ୍ଲକବଷ୍ଟର ଫିଲ୍ମ ଥିଲା ୨୦୦୩ ରେ ଆସିଥିବା ମୁନ୍ନାଭାଇ ଏମବିବିଏସ୍ । ଯାହା ସଂଜୟ ଦତ୍ତଙ୍କ କ୍ୟାରିୟର୍ ପାଇଁ ସାବ୍ୟସ୍ତ ହୋଇଥିଲା ଏକ ମାଇଲଷ୍ଟୋନ୍ । ଅନେକ ଆୱାର୍ଡ ହାତେଇଥିଲା ଏହି ଫିଲ୍ମ । ତେବେ ଏହି ଫିଲ୍ମକୁ ନେଇ ସାମ୍ନାକୁ ଆସିଛି ବଡ଼ ସତ । ଯାହାକୁ କେହି ଜାଣିନାହାଁନ୍ତି । ଆଉ ଏହାର ଖୁଲାସା କରିଛନ୍ତି ବିବେକ୍ ଓବରୟ ।

vivek୨୦୦୩ରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ପ୍ରଥମେ ମୁନ୍ନାଭାଇ ଚରିତ୍ର ପାଇଁ ବିବେକ ଓବରୟଙ୍କୁ ଅଫର୍ କରିଥିଲେ । ହେଲେ ବ୍ୟସ୍ତ ଥିବାରୁ ଏହି ଚରିତ୍ର ସଂଜୟ ଦତ୍ତଙ୍କ ନିକଟକୁ ଚାଲିଗଲା । ବିବେକ୍ ଓବରୟଙ୍କ କହିବା ଅନୁଯାୟୀ ଫିଲ୍ମର କାହାଣୀ ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା । କିନ୍ତୁ ବ୍ୟସ୍ତତା ଯୋଗୁଁ ଫିଲ୍ମଟିକୁ ହାତଛଡା କରିଥିଲେ । ଆଉ ଫିଲ୍ମଟି ସଂଜୟଙ୍କ ଭାଗ୍ୟକୁ ଚାଲିଗଲା ।

ସଂଜୟ ଦତ୍ତଙ୍କ କ୍ୟାରିୟର ପାଇଁ ଏକ ଜୀବନଦାନ ପରି ଥିଲା ମୁନ୍ନାଭାଇ ଏମବିବିଏସ୍ । ମୁମ୍ବାଇ ବ୍ଲାଷ୍ଟ ମାମଲାରେ ନାଁ ଆସିବା ଏବଂ ଜେଲ୍ ଯିବା କାରଣରୁ ବଲିଉଡରେ ସଂଜୟଙ୍କ କ୍ୟାରିୟର୍ ଏକ ପ୍ରକାର ଶେଷ ହୋଇଯାଇଥିଲା । କିନ୍ତୁ ବଲିଉଡରେ ସଂଜୟଙ୍କ ଧମାକାଦାର ଏଣ୍ଟ୍ରି କରାଇଥିଲା ମୁନ୍ନାଭାଇ । ଆଉ ସବୁଦିନ ପାଇଁ ବଦଳାଇ ଦେଇଥିଲା ସଂଜୟଙ୍କ ଛବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.