Below header

ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ଭୋଟ ଦେଇଛନ୍ତି କୋଟିଆବାସୀ

ନିର୍ବାଚନ ପୂୂର୍ବରୁ ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ଥିଲା ଚର୍ଚ୍ଚାରେ। ଆଉ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବି ଚର୍ଚ୍ଚା ଥମିନାହିଁ । କୋଟିଆବାସୀ ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ଭୋଟ ଦେଇଛନ୍ତି। ଏମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟ ପରିଚୟ ପତ୍ର ଥିବାରୁ ସେମାନେ ୨ଟି ରାଜ୍ୟରେ ମତଦାନ କରିଛନ୍ତି । କୋଟିଆର ୭୯୬ ଓ ତଳ ଗଞ୍ଜେଇପଦର ୧୦୦୪ ଜଣ ଭୋଟର ବିବାଦୀୟ ନେରେଡିବାଲସା ଭୋଟ କେନ୍ଦ୍ରରେ ଆନ୍ଧ୍ର ପାଇଁ ଭୋଟ ଦେଇଛନ୍ତି। ସେହିପରି ଓଡ଼ିଶା ପାଇଁ ଗଞ୍ଜେଇପଦର ଓ କୋଟିଆ ଭୋଟ କେନ୍ଦ୍ରରେ ମତଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.